ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ସୀମା ଡେଇଁଲାଣି କାଠଯୋଡି ଜଳ ପ୍ରଦୂଷଣ

ସୀମା ଡେଇଁଲାଣି କାଠଯୋଡି ଜଳ ପ୍ରଦୂଷଣ

ସୀମା ଡେଇଁଲାଣି କାଠଯୋଡି ଜଳ ପ୍ରଦୂଷଣ, ନଦୀ ଭିତରକୁ ଛଡାଯାଉଥିବା ନର୍ଦ୍ଦମା ଜଳ ତୁରନ୍ତ ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବର୍ଷ ବର୍ଷ ଧରି କଟକ ସହରର ବହୁ ନର୍ଦ୍ଦମା ଜଳ କାଠଯୋଡିକୁ ଛଡା ଯିବାକୁ ନେଇ ଦୀର୍ଘ ଦିନରୁ ମୁଣ୍ଡ ଟେକିଛି ବିବାଦ । ବାରମ୍ବାର ଲୋକଙ୍କ ଅଭିଯୋଗ ସତ୍ୱେ ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷପ ନେଇ ନାହାନ୍ତି, ଯାହାକୁ ନେଇ ଏବେ ସୀମା ଟପିଛି କାଠଯୋଡି ନଦୀ ଜଳ ପ୍ରଦୂଷଣ ।

ଏହା ଦ୍ୱାରା ହଜାର ହଜାର ଲୋକ ସିଧାସଳଖ ପ୍ରଭାବିତ ହେଉଥିବା ବେଳେ ଆଜି ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କାଠଯୋଡି ନଦୀ ମଧ୍ୟକୁ ଛଡାଯାଉଥିବା ବିଭିନ୍ନ ନର୍ଦ୍ଦମା ଜଳ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏନେଇ ଆଜି ସିଏମସିକୁ ତାଗିଦ୍ ମଧ୍ୟ କରାଯାଇଛି । ସତ୍ୟପାଠ ଜରିଆରେ କାଠଯୋଡିକୁ ନର୍ଦ୍ଦମା ଜଳ ଛାଡିବା ବନ୍ଦ କରାଗଲା କି ନାହିଁ ସେ ବାବଦରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସହରର ନର୍ଦ୍ଦମା ଜଳକୁ ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଜରିଆରେ ବିଶୋଧନ କରିବାକୁ କୋର୍ଟ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡା ଏହି ମାମଲାକୁ ଅତି ଗୁରୁତର ସହ ନେଇ କୋର୍ଟ ଆଗାମୀ ଦିନରେ ଯେଉଁଭଳି ନଦୀ ମଧ୍ୟକୁ କିଛି ନର୍ଦ୍ଦମା ଜଳ ପ୍ରବେଶ ନକରେ ସେ ଦିଗରେ ଦୃଷ୍ଟି ଦେବା ସହିତ ଯଦି ଏଭଳି କିଛି ଘଟୁଥାଏ ତେବେ ତୁରନ୍ତ କୋର୍ଟଙ୍କୁ ଜଣାଇବାକୁ ଏସପିସିପିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Related posts

ତିର୍ତ୍ତୋଲ ବିଧାୟକଙ୍କ ପୁଣି ବଢ଼ିଲା ଅଡୁଆ

Odisha Halchal

ଭାରତର ପ୍ରଥମ ମଙ୍କିକ୍ସ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

Odisha Halchal

ଟ୍ରକକୁ ଧକ୍କା ଦେଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

Odisha Halchal

Leave a Comment