ଅପରାଧଓଡ଼ିଶା ଖବରନ୍ୟୁଜ୍

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

ଝାରସୁଗୁଡ଼ାରେ ସିବିଆଇ ରେଡ୍‌ । ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ବଙ୍କୁ ପୁଅ କୀର୍ତ୍ତି ଚିଦାମ୍ବରମ୍‌ଙ୍କ ଲିଙ୍କରେ ରେଡ୍‌ କରୁଛି ସିବିଆଇ । ଏକକାଳୀନ ୬ଟି ରାଜ୍ୟର ୯ଟି ସ୍ଥାନରେ ସକାଳ ୬ରୁ ଚାଲିଛି ରେଡ୍ ।

ଖବର ଅନୁଯାୟୀ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କର ବେଆଇନ୍‌ ଅର୍ଥ କାରବାର ମାମଲାରେ ସିବିଆଇ ଦେଶର ୯ଟି ସ୍ଥାନରେ ଚଢ଼ାଉ କରିଛି। ଏହିକ୍ରମରେ ଝାରସୁଗୁଡ଼ାର ବେଦାନ୍ତ ଆଲୁମିନା ପ୍ରକଳ୍ପରେ ତଦନ୍ତ କରୁଛି ୭ ଜଣିଆ ସିବିଆଇ ଟିମ ।

ମଙ୍ଗଳବାର ସକାଳ ୭ଟାରେ ସିବିଆଇ ଝାରସୁଗୁଡ଼ାରେ ପହଞ୍ଚି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସଂଗ୍ରହ କରିଥିଲେ। ଏପିରିକି ବେଦାନ୍ତ କାରଖାନାର ସିପିପି ପ୍ଲାଣ୍ଟ ନିର୍ମାଣ ଓ ପରିଚାଳନାରେ ଚାଇନା କମ୍ପାନୀ ସେପକୋକୁ ଅନୁମତି ପ୍ରଦାନ ଏବଂ ୨୫୦ରୁ ଅଧିକ ଚୀନ ନାଗରିକଙ୍କ ଭିସା ପ୍ରଦାନରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା ।

ଏହି ସବୁ ଅଭିଯୋଗରେ ଦୀର୍ଘ ୬ ଘଣ୍ଟା ଧରି ଖୋଳତାଡ କରିଥିଲେ ସିବିଆଇର ଅଧିକାରୀ । ତେବେ ତଦନ୍ତରେ କମ୍ପାନୀ ପକ୍ଷରୁ ସଂପୂର୍ଣ୍ଣ ସହଯୋଗ କରାଯାଇଛି ବୋଲି ବେଦାନ୍ତ କହିଛି ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ଅନ୍ୟ ଅଧିକାରୀ

Odisha Halchal

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅସାନି’, ପୁରୀଠୁ ୧୦୩୦ କିମି ଦୂରରେ

Odisha Halchal

ଚାଷୀଙ୍କ ବିକାଶରେ ବାଧକ ସାଜିଛି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା

Odisha Halchal

Leave a Comment