ଅପରାଧଓଡ଼ିଶା ଖବରନ୍ୟୁଜ୍

ସିଗାରେଟ୍‌ ନ ଦେବାରୁ ଦୋକାନୀଙ୍କୁ ଗୁଳିମାଡ଼

ସିଗାରେଟ୍‌ ନ ଦେବାରୁ ଦୋକାନୀଙ୍କୁ ଗୁଳିମାଡ଼

ସିଗାରେଟ୍ ନ ଦେବାରୁ ଜଣେ ଦୋକାନୀଙ୍କ ଉପରେ ଗୁଳିମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶଗଡ଼ପଟାର ଖଡ଼ିବାହାଳି ଛକ ନିକଟରେ। ଆହତ ଦୋକାନୀ ଜଣଙ୍କ ହେଲେ ଜଗବନ୍ଧୁ ମହାନ୍ତ। ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାପରେ ଅଭିଯୁକ୍ତ ସିପୁ ନାୟକ ଫେରାର ହୋଇଯାଇଛି। ସିପୁର ଘର ବରିପାଳ ଅଞ୍ଚଳରେ।

ଗତକାଲି ରାତିରେ ସିପୁ ଜଗବନ୍ଧୁଙ୍କ ଦୋକାନରେ ପହଞ୍ଚି ସିଗାରେଟ୍ ମାଗିଥିଲେ। ଜଗବନ୍ଧୁ ସିଗାରେଟ୍‌ ଦେବାକୁ ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସିପୁ ଉତ୍‌କ୍ଷିପ୍ତ ହୋଇ ପକେଟରୁ ବନ୍ଧୁକ ବାହାର କରି ଜଗବନ୍ଧୁଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଗୁଳିଟି ତାଙ୍କ ବେକରେ ବାଜିଥିଲା।

ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଳା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

Related posts

ଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ, ବିବାହକୁ ପୂରିନି ୨ ମାସ

Odisha Halchal

ବଜ୍ରାଘାତରେ ୨ ମୃତ ୩ ଗୁରୁତର

Odisha Halchal

ସିମ୍‌ କାର୍ଡ ଜାଲିଆତି ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ଅନୁମତି ଦେଲେ କୋର୍ଟ

Odisha Halchal

Leave a Comment