ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

‘ସା ରେ ଗା ମା ପା’ ଟ୍ରଫି ହାତେଇଲେ ନୀଲାଞ୍ଜନା

ସା ରେ ଗା ମା ପା’ ଟ୍ରଫି ହାତେଇଲେ ନୀଲାଞ୍ଜନା

ପ୍ରସିଦ୍ଧି ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ସାରେଗାମାପା’ର ଟ୍ରଫି ହାତେଇଲେ ପଶ୍ଚିମବଙ୍ଗର ନୀଲାଞ୍ଜନା ରୟ। ସର୍ବାଧିକ ଭୋଟ ପାଇ ସେ ଜିତିଲେ ଏହି ଶୋ’ର ଟାଇଟଲ। ସେ ଏହି ଶୋ’ର ବିଜେତା ହେବା ସହ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିଛି।

ସେହିପରି ସଙ୍ଗୀତର ପ୍ରତ୍ୟେକଟି ଟେଷ୍ଟର ସାମ୍ନ କରି ନୀଲାଞ୍ଜନାଙ୍କୁ କଡ଼ା ଟକ୍କର ଦେଇଥିବା ରାଜଶ୍ରୀ ବାଗ ଏବଂ ଶରଦ ଶର୍ମାଙ୍କୁ ସୋ’ର ପ୍ରଥମ ଏବଂ ଦ୍ୱିତୀୟ ରନର୍ସଅପ୍ ଘୋଷଣା କରାଯାଇଥିଲା। ରାଜଶ୍ରୀଙ୍କୁ ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଶରଦ ଶର୍ମାଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

‘ସାରେଗାମାପା’ର ଟ୍ରଫି ଜିତିବା ପରେ ନୀଲାଞ୍ଜନା ବେଶ୍ ଖୁସି ଅଛନ୍ତି। ଦର୍ଶକଙ୍କୁ ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ବିପୁଳ ସଂଖ୍ୟା ଭୋଟ୍‌ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ସାରେଗାମାପାର ବିଜେତା ହୋଇସାରିଥିବା ବିଶ୍ୱାସ କରିପାରୁନାହାନ୍ତି ବୋଲି କହିଛନ୍ତି।

Related posts

ରାଜ୍ୟ ବାହାରେ ପ୍ରେମ, ଓଡ଼ିଶାରେ ପ୍ରତାରଣା, ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ଯୁବତୀ

Odisha Halchal

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି

Odisha Halchal

ବନ୍ଧୁକ ଦେଖାଇ ଖାଇଲେ ଉତ୍ତମ ମଧ୍ୟମ

Odisha Halchal

Leave a Comment