ଅପରାଧଓଡ଼ିଶା ଖବରନ୍ୟୁଜ୍

ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି, ପୁଣି ଦ୍ୱିତୀୟ ପତ୍ନୀଙ୍କ ଘରୁ ଜବତ ହେଲା ୧ କୋଟି ୪୦ ଲକ୍ଷ ଟଙ୍କା

ଭୁବନେଶ୍ୱରର ସାଳିଆ ସାହି ଅଞ୍ଚଳରେ କାର୍ତ୍ତିକେଶ୍ୱର ରାଉଳ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଘରୁ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହିତ, କାର୍ତ୍ତିକେଶ୍ୱର ଏବଂ ତାଙ୍କ ପରିବାର ସଦସ୍ୟଙ୍କଠାରୁ ଜବତ ହୋଇଥିବା ମୋଟ ନଗଦ ଏକ ରେକର୍ଡ ୩,୪୧,୬୬,୨୮୦ ଟଙ୍କାକୁ ବୃଦ୍ଧି ପାଇଛି ।

ଓଡ଼ିଶା ଭିଜିଲାନ୍ସରେ ଟୁଇଟ୍ କରି କହିଛନ୍ତି, “ଏହାସହ ପ୍ରାୟ ୩୫୪ ଗ୍ରାମ୍ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ପୋଖରିପୁଟରେ ୭୮ ଲକ୍ଷ ୫୦ ହଜାର ଟଙ୍କାର ଏକ ପ୍ରପର୍ଟି କିଣିଥିବା ସୂଚନା ଦେଇଛି ଭିଜିଲାନ୍ସ ।

ଏହାପୂର୍ବରୁ ୨ କୋଟି ଟଙ୍କା ନଗଦ ଏବଂ ପ୍ରାୟ ୫୮୦ ଗ୍ରାମ ଓଜନ ବିଶିଷ୍ଟ ୨୦ ଟି ସୁନା ବିସ୍କୁଟ ଉଦ୍ଧାର କରାଯାଇଥିଲା । ଏହା ପରେ କାର୍ତ୍ତିକେଶ୍ୱରଙ୍କ ପାଖରୁ ବହୁ ପରିମାଣରେ ଆୟବର୍ହିଭୁତ ସମ୍ପତ୍ତି ଠାବ କରାଯାଇଥିଲା ।

ଗୁରୁବାର ଦିନ ଭୁବନେଶ୍ୱରର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରାଉଲ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଘରେ ଏହି ଚଢାଉ କରାଯାଇଥିଲା। କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀଙ୍କ ଘରୁ ନଗଦ ୨ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ଇତିହାସରେ ପୂର୍ବରୁ କେବେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇନଥିଲା। ତାଙ୍କର ଜବତ ସଂପତ୍ତିର ପରିମାଣ ୪ କୋଟି ୭୬ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆୟବର୍ହିଭୁତ ସମ୍ପତ୍ତି ସଂଗ୍ରହ ଅଭିଯୋଗରେ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରାଯାଇଥିଲା ।

Related posts

ଉଠାଦୋକାନୀ ପକ୍ଷରୁ ଦୋକାନ ବନ୍ଦ

Odisha Halchal

ମୁଲଚାଲ କରୁଥିବା ବେଳେ ବାଘ ଛାଲ ସହ ଜଣେ ଗିରଫ

Odisha Halchal

ପ୍ରଶାସନ ର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

Odisha Halchal

Leave a Comment