ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜିଙ୍କ ସୂଚନା

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜିଙ୍କ ସୂଚନା

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜି ପ୍ରେସମିଟ୍ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । ତେବେ ସମ୍ଭାବ୍ୟ ବାତ୍ୟାରେ ଜିଲୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଉପରେ ନଜର ରଖାଯାଇଛି ।
ସେହିପରି ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ ୧୭୫ ୟୁନିଟ ପ୍ରସ୍ତୁତ ଅଛନ୍ତି । ଟିମ ପ୍ରସ୍ତୁତ ଅଛନ୍ତି ଏବଂ ବାତ୍ୟାର ଗତିପଥ ଜଣାପଡିଲେ ମୁତୟନ କରାଯିବ । ସେହିପରି ସମ୍ଭାବ୍ୟ ବାତ୍ୟା ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ ମଧ୍ୟ କରାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଲଘୁଚାପ ଏବେ ୱେଲମାର୍କ ଲୋ ପ୍ରେସରେ ପରିଣତ ହୋଇଥିବା ବା ସୃଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉତ୍ତର ପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ୧୨ ଘଣ୍ଟାରେ ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଅବପାତଟି ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟାରେ ରୂପାନ୍ତରିତ ହୋଇପାରେ । କ୍ରମେ ୧୦ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ତେବେ ଆଜି ଅବପାତରେ ପରିଣତ ହେବା ପରେ ଯାଇ ଅଧିକ ସ୍ପଷ୍ଟତା ଆସିପାରିବ ।

Related posts

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

Odisha Halchal

ପାଣି ପାଇଁ ରାସ୍ତା ରୋକ

Odisha Halchal

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା

Odisha Halchal

Leave a Comment