ଓଡ଼ିଶା ଖବରନ୍ୟୁଜ୍

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନ ମହୋତ୍ସବ ଓ ପରିବେଶ କବିତା

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନ ମହୋତ୍ସବ ଓ ପରିବେଶ କବିତା

ସମ୍ବଲପୁର:-(ରିପୋର୍ଟ -ସତ୍ୟପ୍ରିୟ ମହାପାତ୍ର)ଜମନକିରା ବ୍ଲକ ନୁଆଁ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା କୁଚିଣ୍ଡା ସାହିତ୍ୟ ଘର ର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ପ୍ରଥମେ ଚନ୍ଦନ ଓ ପନ୍ଦର ଗୋଟି ଫଳ ଗଛ ଲଗାଇବା ପରେ ବନ ମହୋତ୍ସବ ଉପଲକ୍ଷେ ଏକ ପରିବେଶ ସମ୍ପର୍କିତ କବିତା ଆସର ଅନୁଷ୍ଠିତ ହୋଇ ପରେ ପୁଣି ସ୍କୁଲ ପରିସର ଓ ରାସ୍ତା କଡରେ ବୃକ୍ଷ ରୋପଣ କରାଯାଇଥିଲା |

ଏହି ଉତ୍ସବରେ ସ୍କୁଲ ର ପ୍ରଧାନ ଶିକ୍ଷକ କଵି ପଵିତ୍ର ମୋହନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗଛର ଆବଶ୍ୟକତା କୁ ଗୀତି କବିତା ମାଧ୍ୟମରେ ବୁଝାଇବା ସହ ଏହି ଗାଁକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ |ମୁଖ୍ୟବକ୍ତା ଭାବରେ ଝାରସୁଗୁଡା ର ସମ୍ବାଦ ସାହିତ୍ୟ ଘର ସଭ୍ୟ ପ୍ରେମ ସାଗର ଦେହେରିଆ ଏକ ବିପ୍ଲବୀ କବିତା ପାଠକରି ସମାଜ ଗଠନ ପାଇଁ ଜଙ୍ଗଲ ସୁରକ୍ଷା ଆବଶ୍ୟକ ବୋଲି କହିଥିଲେ |

ସମ୍ମାନିତ ଅତିଥି ସାମ୍ବାଦିକ ଗଗନ ଶର୍ମା ସମ୍ବାଦ ର ବିଭିନ୍ନ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରି ସାହିତ୍ୟ ଓ ପରିବେଶ ପରସ୍ପର ପରିପୂରକ ବୋଲି କହିଥିଲେ |ନୁଆଁ ଗାଁ ସମ୍ବାଦ ସାହିତ୍ୟ ଘର ସଭାପତି ରଜନୀ ପଟେଲ ଅତିଥି ପରିଚୟ ପ୍ରଦାନ କରିଵା ସହ କବିତା ଆସର କୁ ସଂଯୋଜନା କରିଥିଲେ | କବି ସର୍ବଶ୍ରୀ ପ୍ରମୋଦ କୁମାର ନାୟକ ,ଟିକେଶ୍ୱର ପଟେଲ ସୁଶୀଲ କୁମାର ମହାକୁଳ, ଶମ୍ଭୁ ନାଥ ସାହୁ, ମାନସ କୁମାର ଦେହୁରୀ , ଅଜିତ କୁମାର ପ୍ରଧାନ ପ୍ରମୁଖ କୋଡିଏ ଜଣ କବି ସ୍ୱରଚିତ ପରିବେଶ ଧର୍ମୀ କବିତା ପାଠ କରିଥିଲେ |

ଏହାପରେ ସି. ଆର. ସି. ସି. ସୁଦୀପ୍ତ କୁମାର ପଟେଲ,ଶିକ୍ଷିକ ଅଜିତ କୁମାର ସାହୁ, ଶିକ୍ଷିକା ରାଜେଶ୍ୱରୀ ନାୟକ,ବିଶ୍ୱନାଥ ନାୟକ, ବିଜୟ ସାହୁ, ବିଜବର ଜାମୁଡାଳିଆ ଆଦିଙ୍କ ନେତୃତ୍ୱରେ ଅତିଥି ଗଣଙ୍କ ଗହଣରେ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଦୁଇ ଶହ ଚାରା ରୋପଣ କରିଥିଲେ | ସଭାପତି ପ୍ରକୃତିବନ୍ଧୁ ଶ୍ରୀ ନାୟକ ସବୁଜ ସୁନ୍ଦର ବାମଣ୍ଡା ଗଠନ ପାଇଁ ଆହ୍ୱାନ ଦେଇଥିଲେ | ଶେଷରେ ଶ୍ରୀ ବିଜୁ ସାହୁ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ |

Related posts

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

Odisha Halchal

ଦୁଇ ବାଇକ ମୁହାଁମୁହିଁ ଧକ୍କା

Odisha Halchal

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା

Odisha Halchal

Leave a Comment