ଅପରାଧଓଡ଼ିଶା ଖବରନ୍ୟୁଜ୍

ସମ୍ପତ୍ତି ଲୋଭରୁ ସର୍ବନାଶ : ମା’କୁ ହତ୍ୟା କରି ପୋଡିଦେଲା ପୁଅ

ମା’କୁ ହତ୍ୟା କରି ପୋଡିଦେଲା ପୁଅ

 କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ କନପୁର ଗାଁରେ ଏକ ଅଭାବନୀୟ ଘଟିଛି । ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କରିବା ପରେ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଛି ପୁଅ । ମୃତ ମହିଳା ହେଲେ ସ୍ୱର୍ଗତ ସୁଦାମ ବାରିକଙ୍କ ପତ୍ନୀ ଦୌପଦୀ ବାରିକ । ରାଜକନିକା ପୁଲିସ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣକୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଦୁହେଁ ମୃତକଙ୍କ ପୁଅ ଓ ଜ୍ୱାଇଁ ବୋଲି ଜଣାପଡ଼ିଛି ।

ଖବର ଅନୁଯାୟୀ, ସୁଦାମଙ୍କ ନାମରେ ମୁମ୍ବାଇରେ ଏକ ପ୍ଲଟ୍‌ ଥିବାରୁ ପୁଅ ଏବଂ ଅନ୍ୟ ସମ୍ପର୍କୀୟମାନେ ଏହାକୁ ବିକ୍ରି କରିବାକୁ ଜିଦ୍‌ ଧରିଥିଲେ । ମାତ୍ର ଦୌପଦୀ ଏହା କରାଇ ଦେଇନଥିଲେ ।  ଫଳରେ ନିଜ ମା’ଦ୍ରୌପଦୀଙ୍କୁ ରାସ୍ତାରୁ ହଟାଇ ଦେଇ ପ୍ଲଟକୁ ବିକ୍ରି କରିବାକୁ ଚାହୁଁଥିବା ପୁଅ ସଞ୍ଜିବ ବାରିକ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଗୁଜରାଟରେ ରହୁଥିବା ସଞ୍ଜିବ ବାରିକ ହଠାତ ୪ ଦିନ ପୂର୍ବରୁ ରାତିରେ ଗାଁରେ ଆସି ପହଞ୍ଚିଥିଲା । ସେ ଏହି ପ୍ଲଟ୍‌ ବିକ୍ରିକୁ ନେଇ ମା’ ସହ ଗଣ୍ଡଗୋଳ କରିଥିଲା । ପରେ ମରଣାନ୍ତକ ଆକ୍ରମଣ କରି ପୁଣି ସେହି ରାତିରେ କୁଆଡ଼େ ପଳାଇଯାଇଥିଲା । ଏଣେ ପଡ଼ୋଶୀଙ୍କୁ ଫୋନ କରି ମାଆ କାହିଁକି ଫୋନ ଧରୁନି ବୋଲି ପଚାରିଥିଲା । ମା’ ପ୍ରାଣ ହରାଇଥିବା କଥା ପଡ଼ୋଶୀଙ୍କଠାରୁ ଶୁଣି ଗାଁକୁ ଆସି ଶବ ସତ୍କାର କରି ଫେରିଯାଇଥିଲା ।

ତେବେ ଏଭଳି ଘଟଣା ସମ୍ପର୍କରେ ଧୁଷୁରୀ ଅଞ୍ଚଳର ମୃତ ଦ୍ରୌପଦୀଙ୍କ ଭାଇ ତଥା ସଞ୍ଜିବର ମାମୁ ଧୁଷୁରୀ ଥାନାରେ ଅଭିଯୋଗ କରିବା ପରେ ସେଠାକାର ପୁଲିସ ରାଜକନିକା ଥାନାକୁ ଏ ସମ୍ପର୍କରେ ଜଣାଇଥିଲେ । ରାଜକନିକା ପୁଲିସ ଆଜି ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦ୍ରୋପଦୀଙ୍କ ସମ୍ପର୍କୀୟ ଜ୍ୱାଇଁକୁ ଅଟକ ରଖିବା ସହ ସନ୍ଧ୍ୟାରେ କନପୁର ଯାଇ ଅଭିଯୁକ୍ତ ପୁଅ ସଞ୍ଜିବକୁ ଧରିଆଣିଛି । ଏନେଇ ରାଜକନିକା ଥାନା ଆଇଆଇସି ବିଲ୍ୱମଙ୍ଗଳ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିବା ପରେ ପୋଡ଼ି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ୨-୩ ଦିନ ମଧ୍ୟରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପୁଅ ଓ ଜ୍ୱାଇଁଙ୍କୁ ଜେରା କରାଯାଉଛି । ଖୁବ୍‌ ଶୀଘ୍ର ଘଟଣାର ପ୍ରକୃତ ରହସ୍ୟ ଉପରୁ ପରଦା ହଟିବ ।

Related posts

ଅଗ୍ନିପଥକୁ ବିରୋଧ କରି ୬୦କି.ମି ଦୌଡ଼ିଲେ ଯୁବକ

Odisha Halchal

୧୫୦୦୦ ଫୁଟ ଉଚ୍ଚତାରେ ଗଣତନ୍ତ୍ର ଦିବସ ପାଳନ

Odisha Halchal

ତିନି ବାନ୍ଧବୀ ଙ୍କ ଝୁଲନ୍ତା ଶବ ଗୋଟିଏ ଗଛରେ

Odisha Halchal

Leave a Comment