ଓଡ଼ିଶା ଖବରଖେଳଦେଶ ବିଦେଶ

ସନ୍ଧ୍ୟାରେ ଶକ୍ତିଶାଳୀ ଗୁଜୁରାଟକୁ ଭେଟିବ ଚେନ୍ନାଇ : ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ସୁପରକିଙ୍ଗସ୍

ଚଳିତ ଆଇପିଏଲ୍‌ର ୨୯ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ । ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା । ହାର୍ଦ୍ଦିକ ପାଣ୍ଡ୍ୟା ଟାଇଟନ୍ସର ଓ ଜାଡେଜା ସୁପରକିଙ୍ଗ୍‌ସର ଅଧିନାୟକ । ଉଭୟ ଭାରତୀୟ ଦଳର ମୁଖ୍ୟ ଅଲ୍‌ରାଉଣ୍ଡର । ଆଜି ସଂନ୍ଧ୍ୟା ସାଢ଼େ ୭ଟାରେ ମ୍ୟାଚ୍‌ ଖେଳାଯିବ।

କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ପରାଜିତ ହେବା ପରେ ସୁପରକିଙ୍ଗ୍‌ସ ବିଜୟ ଖାତା ଖୋଲିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସୁପରକିଙ୍ଗ୍‌ସ ୨୩ ରନ୍‌ରେ ବିଜୟୀ ହୋଇଥିଲା । ଦଳର ପ୍ରମୁଖ ଖେଳାଳିମାନେ ଫର୍ମକୁ ଫେରିଛନ୍ତି । ବିଶେଷ କରି ଶିବମ ଦୁବେଙ୍କ ପ୍ରଦର୍ଶନ ଦଳକୁ ଉତ୍ସାହିତ କରିଛି । ଜାଡେଜା ଲୟ ଫେରିପାଇଥିବାବେଳେ କେବଳ ଋତୁରାଜ ଗାଏକୱାଡଙ୍କ ବ୍ୟାଟ୍‌ରୁ ଏକ ବଡ଼ ଇନିଂସକୁ ଅପେକ୍ଷା କରାଯାଇଛି । ସେ ସଫଳ ହେଲେ ସୁପରକିଙ୍ଗ୍‌ସର ରାଜୁତି ଆରମ୍ଭ ହୋଇଯିବ ।

ଅନ୍ୟ ପଟରେ ଟାଇଟନ୍ସ ପଏଣ୍ଟ ତାଲିକାର ଶୀର୍ଷ (୮ପଏଣ୍ଟ)ରେ ରହିଛି । ପାଣ୍ଡ୍ୟାଙ୍କ ନେତୃତ୍ୱ ଶୈଳୀକୁ ସମ୍ପ୍ରତି ପ୍ରଶଂସା କରାଯାଉଛି । ଫିଟ୍‌ ହୋଇ ଫେରିବା ପରେ ପାଣ୍ଡ୍ୟା ଉଭୟ ବ୍ୟାଟିଂ ଓ ବୋଲିଂରେ ଫର୍ମ ଫେରିପାଇବା ଭାରତୀୟ କ୍ରିକେଟ୍‌ ପାଇଁ ଶୁଭ ସଂକେତ । ଆଜିର ମ୍ୟାଚ୍‌ରେ ଶୁଭମନ ଗିଲଙ୍କ ଉପରେ ନଜର ରହିବ । ତଥାପି ମହମ୍ମଦ ସାମିଙ୍କ ବୋଲିଂକୁ ଆଧାର କରି ଟାଇଟନ୍ସ ବିଜୟ ପାଇଁ ପଥ ପ୍ରସ୍ତୁତ କରିବ ।

Related posts

ପଶ୍ଚିମବଙ୍ଗ ଗଂଜେଇ କାରବାର ଲିଙ୍କ,  ଦୁଇ  ଗିରଫ,

Odisha Halchal

ମୋ ସ୍କୁଲର ଏ କି ବିକଳ ଚିତ୍ର

Odisha Halchal

ଅଟୋ ମଧ୍ୟରେ ଯୁବକ ଙ୍କ ଶବ ଉଦ୍ଧାର

Odisha Halchal

Leave a Comment