ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଦିଲ୍ଲୀ ସରକାର ଚିନ୍ତାରେ ପଡିଯାଇଛନ୍ତି । କରୋନା ବଢିବା ସହ କରୋନା କଟକଣା ଫେରିପାରେ ବୋଲି ଆଶଙ୍କା କରାଯାଉଛି ।

ଫଳରେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାରି ଭିତରେ କରୋନା ସଂକ୍ରମଣକୁ ନେଇ ଓଡିଶାରେ ଚିନ୍ତା ମଧ୍ୟ ବଢିବାରେ ଲାଗିଲାଣି । ତେବେ ଓଡିଶାରେ କରୋନାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶ ବିଜୟ ମହାପାତ୍ର ।

ସେ କହିଛନ୍ତି, ବର୍ତ୍ତମାନ ଓଡିଶାରେ ଉଦବେଗ ଜନକ ସ୍ଥିତି ଆସିନାହିଁ । ତଥାପି ଆଗାମୀ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ପୂର୍ବ ଲହର ଗୁଡିକରେ ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଓଡିଶାରେ ସଂକ୍ରମଣ ବଢୁଥିବା ନଜିର ରହିଛି । ତେଣୁ ଏହି ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ସେହିପରି ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଟିକା ନେଇଯାଆନ୍ତୁ । ଯଦି ସଂକ୍ରମଣ ବୃଦ୍ଧି ହେବା ଆରମ୍ଭ କରେ ତେବେ ହସ୍ପିଟାଲ ଷ୍ଟ୍ରାଟେଜି ପରିବର୍ତ୍ତନ କରାଯିବ । ଏହାସହିତ ଜରୁରୀ କାମ ନଥିଲେ ଭିଡ ମଧ୍ୟକୁ ଯାଆନ୍ତାୁ ନାହିଁ ଏବଂ ମାସ୍କ ପିନ୍ଧଇବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

Related posts

ନାବାଳିକାକୁ ପ୍ରେମିକର ଅପହରଣ

Odisha Halchal

ଯୁଦ୍ଧରେ ମଲେଣି ୧୨ ହଜାର ରୁଷ ସୈନ୍ୟ, ୩୦୦ ଟ୍ୟାଙ୍କ ଧ୍ୱଂସ

Odisha Halchal

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲା, ତପସ୍ୱିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

Odisha Halchal

Leave a Comment