ଓଡ଼ିଶା ଖବରନ୍ୟୁଜ୍

ସଡକ ଦୁଃର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର

ସଡକ ଦୁଃର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର

କୋରାପୁଟ :- (ରିପୋର୍ଟ- ଦଶରଥ ମାଛ) ଦାମନଯୋଡି ଉପକଣ୍ଠସ୍ଥ ଝଡିଗୁଡା ଗ୍ରାମ ନିକଟରେ ଦାମନଯୋଡି କାକିରିଗୁମା ରାସ୍ତାରେ ଏକ ବାଇକ ଦୁଃର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତରଚ ଆହାତ ହୋଇଥିବା ସୂଚନା ମିଳିଛି। ସୂଚନାରୁ ଜଣାଯାଇଛି ଯେ ଓଡି୧୦ ଓ ୬୦୦୩ ନଂ ବାଇକ୍ ଯୋଗେ ୩ଜଣ ଦାମନଯୋଡି ନିକଟବର୍ତ୍ତୀ ପୁଟ୍ରାଘାଟି ଗ୍ରାମକୁ ଭୋଜି ଖାଇବାକୁ ଆସି ଫେରୁଥିବା ସମୟ ରେ ଭାରସାମ୍ୟ ହରାଇ ଦୁଃର୍ଘଟଣାଗ୍ରସ୍ଥ ହୋଇ ରାସ୍ତାକଡରେ ପଡିଯାଇଥିଲେ ।

ଫଳରେ ଘଟଣାସ୍ଥଳରେ ଅନନ୍ତ କମାର ଓ ବାପି କମାରଙ୍କ ମୃତ୍ୟୁ ଘଟିଥିଲା ବେଳେ ଦୈତାରି କମାର ଗୁରୁତର ଆହାତ ଅବସ୍ଥାରେ ଚିକିତ୍ସାଧିନ ଥିବା ସୂଚନାରୁ ଜଣା ଯାଇଛି। ମୃତକ ଦୁଇଜଣ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଭିତର ବାଗିରି ଗ୍ରାମ ଓ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବସ୍ତରବନ୍ଧ ଗ୍ରାମର ବୋଲି ସୂଚନା ମିଳିଛି। ଦୁଃର୍ଘଟଣାର ପ୍ରକୃତ ସମୟ ଜଣାପଡି ନଥିଲେ ମଧ୍ୟ ମଙ୍ଗଳବାର ବିଳମ୍ବିତ ରାତ୍ରି କିମ୍ବା ବୁଧବାର ପାହାନ୍ତି ସମୟରେ ଦୁଃର୍ଘଟଣା ଘଟିଥିବାର ସାଧାରଣରେ ଅନୁମାନ କରାଯାଇଛି।

ଦୁଃର୍ଘଟଣା ଘଟି ରାସ୍ତାକଡରେ ଥିବା ବୁଦା ମଧ୍ୟରେ ପଡିଯାଇଥିବାରୁ ଘଟଣାଟି ଲୋକ ଲୋଚନକୁ ଆସିବାରେ ବିଳମ୍ବ ହୋଇଥିଲା। ତେବେ ସକାଳୁ ଉକ୍ତ ରାସ୍ତାରେ ଯାତାୟତ କରୁଥିବା କେହି ବ୍ୟକ୍ତି ସ୍ଥାନୀୟ ଲୋକଙ୍କୁ ସୂଚନା ଦେବାପରେ ଦୁଃର୍ଘଟଣା ସମ୍ବନ୍ଧରେ ଜଣାପଡିଥିଲା। ଏବଂ ଆହତ ଜଣକୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା।

ସୂଚନା ପାଇ ଦାମନଯୋଡି ଥାନା ଅଧିକାରୀ ଏବଂ ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ବିଳମ୍ବରେ ଖବର ପାଇ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Related posts

ଲିଭ ଇନ ରିଲେସନଶିପରେ ସଂପର୍କ ଖରାପ ହେଲେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ

Odisha Halchal

ଜଳ ସଂପଦ ଓ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

Odisha Halchal

ଦୁଷ୍କର୍ମ ଅଭିଯୋଗରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ

Odisha Halchal

Leave a Comment