ଦେଶ ବିଦେଶନ୍ୟୁଜ୍

ସଙ୍କଟ ସମୟରେ ଶ୍ରୀଲଙ୍କାର ଖାଦ୍ୟ ସଙ୍କଟ ଦୂର କରିବାକୁ ଭାରତ ପଠାଇଲା ୪୦୦୦୦ ଟନ୍ ଚାଉଳ

ସଙ୍କଟ ସମୟରେ ଶ୍ରୀଲଙ୍କାର ଖାଦ୍ୟ ସଙ୍କଟ ଦୂର କରିବାକୁ ଭାରତ ପଠାଇଲା ୪୦୦୦୦ ଟନ୍ ଚାଉଳ

ସଙ୍କଟରେ ଶ୍ରୀଲଙ୍କା । ଦେଶର ଅର୍ଥନୀତି ଏକ ପ୍ରକାର ଭୁଶୁଡିପଡିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ମଧ୍ୟ ଶେଷ ହୋଇଗଲାଣି ଏଭଳି ସ୍ଥିତିରେ ଏବେ ପଡୋଶୀ ଦେଶ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଛି ଭାରତ ।

ବର୍ତ୍ତମାନ ଶ୍ରୀଲଙ୍କାରେ ଅର୍ଥ ଅଭାବରୁ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇଛି ଯାହାକୁ ନେଇ କ୍ଷୁଧା ଦୂର କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ୪୦୦୦୦ ଟନ୍ ଚାଉଳ ଯୋଗାଇ ଦେଇଛି । ଭାରତରୁ ଏହି ସାହାଯ୍ୟ ଶ୍ରୀଲଙ୍କାକୁ କିଛି ମାତ୍ରାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଦୀର୍ଘ ବର୍ଷରୁ ଶ୍ରୀଲଙ୍କା ଅର୍ଥନୀତି ନିମ୍ନଗାମୀ ହୋଇ ଆସୁଥିବା ବେଳେ ଏବେ ପୁରା ଧ୍ୱସ୍ତ ହୋଇ ପଡିଛି। ଏହି ସମୟରେ ଅନେକ ବଡ଼ ବଡ଼ ଦେଶ ମଧ୍ୟ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଛନ୍ତି ତଥାପି ସଙ୍କଟରେ ରହିଛି ଶ୍ରୀଲଙ୍କା ।

Related posts

ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଇଞ୍ଜିନୟରିଂ କଲେଜର ଛାତ୍ରୀ

Odisha Halchal

ଖେଳ ମାଷ୍ଟରାଣୀଙ୍କ ପ୍ରେମ ଖେଳ ସ୍ୱାମୀଙ୍କ ପାଇଁ ସାଜିଲା କାଳ

Odisha Halchal

ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳୀ ଚିହ୍ନଟ କାର୍ଯ୍ୟକ୍ରମ

Odisha Halchal

Leave a Comment