ଓଡ଼ିଶା ଖବରନ୍ୟୁଜ୍

ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ନିଜ କବଜାକୁ ନେଲେ ବିଏସଏଫ

ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ନିଜ କବଜାକୁ ନେଲେ ବିଏସଏଫ

ମାଲକାନଗିରି :- ୦୧/୦୪/୨୦୨୨(ରିପୋର୍ଟ, କ୍ରିଷ୍ଣପଦ ରାୟ) ଚିତ୍ରକୋଣ୍ଡା ସ୍ବାଭିମାନ ଅଂଚଳର ଯନ୍ତ୍ରୀରେ ହେଲା ନୂଆ ବିଏସଏଫ କ୍ୟାମ୍ପ।
ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ନିଜ କବଜାକୁ ନେଲେ ବିଏସଏଫ
ନକ୍ସଲଙ୍କ ଗଡ ଏବେ ସୁରକ୍ଷାକର୍ମୀଙ୍କ ହାତରେ
ଏକଦା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳ ସଂପୂର୍ଣ୍ଣ ଭାବେ ନକ୍ସଲଙ୍କ କବ୍ଜାକୁ ଚାଲିଯାଇଥିଲା।ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତର ୧୫୧ଟି ଗ୍ରାମ ନକ୍ସଲଙ୍କ ଇଶାରା ଏବଂ ଆଇନ କାନୁନରେ ଚାଲୁଥିଲା।ଲୋକେ ଏଠି ସ୍ବାଧୀନତା ପାଇଥିଲେ ମଧ୍ୟ ପରାଧୀନ ଥିଲେ।ନିଜର ମନମୁତାବକ ପୋଷାକ ପିନ୍ଧିପାରିବେ ନାହିଁ,ମୋବାଇଲ ଧରିପାରିବେ ନାହିଁ,କୌଣସି ସ୍ଥାନକୁ ଗଲେ ନକ୍ସଲଙ୍କ ଅନୁମତି ନେବାକୁ ପଡୁଥିଲା।ଏଭଲି ଜୀବନ ବିତାଉଥିଲେ ସ୍ବାଭିମାନ ଅଂଚଳବାସୀ।ଏପରିକି ନକ୍ସଲ ୨୦୧୧ରେ ମାଲକାନଗିରି ଜିଲ୍ଲାପାଳ ଭିନିଲକ୍ରିଷ୍ଣାକୁ ଅପହରଣ କରିନେବାରେ ସଫଳ ହୋଇଥିଲେ।

ଏହାପରେ ସରକାର ତତ୍ପରତା ଦେଖାଇ ବିଛିନ୍ନ ରହିଥିବା ୯ଟି ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ନିର୍ମାଣ କଲେ।ଧିରେ ଧିରେ ସ୍ବାଭିମାନ ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଲୋକଙ୍କୁ ସୁରକ୍ଷିତ ଜୀବନ ବିତାଇବାକୁ ସୁଯୋଗ ଦେଲେ।ସ୍ବାଭିମାନ ଅଂଚଳରେ ୭ଟି ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ବେଳେ ସୀମାନ୍ତ ଯନ୍ତ୍ରୀରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇପାରିନଥିଲା।ତେଣୁ ଏଠାରେ ନକ୍ସଲ ନିଜର ଅଡ୍ଡା କରିଥିଲେ।ଏବେ ପୁଲିସ ଏବଂ ସରକାରଙ୍କ ତରଫରୁ ଯନ୍ତ୍ରୀରେ ମଧ୍ୟ ବିଏସଏଫ କ୍ୟାମ୍ପ ଆଜି ପ୍ରତିଷ୍ଠା କରାଗଲା।ଏହି ଅବସରରେ ମାଲକାନଗିରି ଏସପି ନିତେଶ ଵାଧଵାନୀ,ବିଏସଏଫ କମାଣ୍ଡାଣ୍ଟ ସମେତ ଅନ୍ୟ ଅଧିକାରୀମାନେ ଥିଲ।ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବୀବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।

ତେବେ ନକ୍ସଲ ଏଥର ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ଛାଡି ଅନ୍ୟତ୍ର ଚାଲିଯିବେ ବୋଲି କୁହାଯାଇଛି।ଦିନେ ନକ୍ସଲ ଗଡ ଏବେ ସୁରକ୍ଷାକର୍ମୀଙ୍କ ଗଡ ଭାବେ ପରିଚିତ ହେବ।ଲୋକେ ଆଉ ପରାଧୀନ ରହିବେ ନାହିଁ ବୋଲି କୁହାଯାଇଛି।ନିଜ ମନମୁତାବକ କାମ କରିପାରିବେ।ରାତିରେ ଶାନ୍ତିରେ ଶୋଇପାରିବେ।ଏଥର ନକ୍ସଲ ମାଲକାନଗିରି ଜିଲ୍ଲା ଛାଡି ଯିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି।ଯନ୍ତ୍ରୀ ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେଲେ ନକ୍ସଲଙ୍କ ଦବଦବା ରହିବ ନାହିଁ ବୋଲି ଯାହା କୁହାଯାଉଥିଲା ତାହା ଆଜି ସତ୍ୟ ହୋଇଛି।

Related posts

ଲାଇସେନ୍ସ ନବୀକରଣ କରିବାକୁ ଆସିଥିଲେ, ମନା କରିବାରୁ ନିସ୍ତୁକ ମାଡ ମାରିଲେ ୨ ଭାଇ

Odisha Halchal

ଆଜିର ଅପଟୁଡେଟ ଖବର

Odisha Halchal

ନିଆଁରେ ପୋଡ଼ି ମହିଳା ଗୁରୁତର

Odisha Halchal

Leave a Comment