ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

0
29
ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ
ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଆଜି ପୁଣି ବଡ଼ ଦେଉଳରେ ଅଘଟଣ । ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା । ଯାହାକୁ ନେଇ ଆଜି ପୁଣି ଶ୍ରୀଜୀଉ ମାନଙ୍କ ବଡ଼ ମହାସ୍ନାନ କରାଯିବ ।

ସୂଚନା ଅନୂସାରେ ଆଜି ଶ୍ରୀମନ୍ଦିର ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ଦୁକୁଡି ଦ୍ୱାର ନିକଟରେ ରକ୍ତଛିଟା ପଡିଥିବା ସେବାୟତଙ୍କ ନଜରକୁ ଆସିଥିଲା । ଏହାପରେ ରିତୀନୀତି ଅନୂଯାଇ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯିବାର ବିଧି ରହିଥିବାରୁ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯିବା ପରେ ମହାପ୍ରଭୁଙ୍କ ମହାସ୍ନାର ଆୟୋଜନ କରାଯାଇଛି ।

ତେବେ ମହାସ୍ନାନ ସମୟରେ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି । ଗତ କିଛି ଦିନ ତଳେ ଶ୍ରୀମନ୍ଦିରରେ ଏଭଳି ଅଘଟଣ ଘଟିଥିଲା । ସେବାୟତ ମାନଙ୍କ ଗଣ୍ଡଗୋଳରେ ବଡ଼ ଦେଉଳରେ ରକ୍ତ ଛିଟା ପଡିଥିଲା ।

LEAVE A REPLY

Please enter your comment!
Please enter your name here