ଅପରାଧଓଡ଼ିଶା ଖବରନ୍ୟୁଜ୍

ଶୋଇଥିଲେ ସ୍ୱାମୀ ଓ ସ୍ତ୍ରୀ, ଘରେ ନିଆଁ ଲଗାଇଲା ଜ୍ୱାଇଁ

ଶୋଇଥିଲେ ସ୍ୱାମୀ ଓ ସ୍ତ୍ରୀ, ଘରେ ନିଆଁ ଲଗାଇଲା ଜ୍ୱାଇଁ

ନିଶା ରାତି। ଚାରିଆଡ଼ ଶୁନଶାନ। ଘରେ ପତି-ପତ୍ନୀ ଶୋଇଥିଲେ। ଏହି ସମୟରେ ଘରେ ଲାଗିଲା ନିଆଁ। ନିଆଁରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଘରେ ତାଙ୍କ ଜ୍ୱାଇଁ ନିଆଁ ଲଗାଇଛି ବୋଲି ଗୁରୁତର ପତିପତ୍ନୀ ପୁଲିସରେ ଅଭିଯୋଗ କରିଛନ୍ତି। ଯାହା ଅଲୋଚନାର ବିଷୟ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଲାଗାଁରେ ଏହି ଘଟଣା ଘଟିଛି।

ଗୁରୁତର ଦୁଇ ବ୍ୟକ୍ତି ହେଲେ ଉକ୍ତ ଗାଁର ବରୁଣ ମାଝୀ ଓ ତାଙ୍କ ସ୍ତ୍ରୀ ଡାଲିମ୍ଵ ମାଝୀ। ଗତକାଲି ରାତିରେ ସେମାନେ ଘରେ ଶୋଇଥିବା ସମୟରେ ହଠାତ ନିଆଁ ଲାଗିଯାଇଥିଲା। ଘର ହୁତହୁତ ହୋଇ ଜଳିଥିଲା। ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଘର ଭିତରୁ ବାହାର କରିବା ପରେ କଲମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏନେଇ ଜୟପାଟଣା ଥାନା ବଡକୁଟ୍ରୁ ପୁଲିସ ଫାଣ୍ଡିରେ ଏତଲା କରାଯାଇଛି। ଗୁରୁତର ବରୁଣ ମାଝୀଙ୍କ ପୁତୁରା ଧନଞ୍ଜୟ ମାଝୀ ଏହି ଏତଲା ଦେଇଛନ୍ତି। ବରୁଣଙ୍କ ଜ୍ୱାଇଁ ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏନେଇ ବରୁଣ କହିଛନ୍ତି, ତାଙ୍କ ଝିଅକୁ ବିବାହ କରିଥିବା ମସିଗୁଡ଼ା ଗ୍ରାମର ସହଦେବ ନାୟକ ଏହି ଘଟଣା ଘଟାଇଛନ୍ତି।

ତାଙ୍କ ଝିଅକୁ ୬ ମାସ ହେବ ସହଦେବ ଛାଡ଼ି ଦେଇଛନ୍ତି। ଏନେଇ ମସିଗୁଡ଼ାରେ ୨୦ ଦିନ ତଳେ କିଛି ମୁରବିଙ୍କ ଉପସ୍ଥିତିରେ ସମାଧାନ ବୈଠକ ବସିଥିଲା। ହେଲେ ଏହାକୁ ଜ୍ୱାଇଁ ସହଦେବ ବିରୋଧ କରିଥିଲା। ଏହାର ପ୍ରତିଶୋଧ ନେବ ବୋଲି କହିଥିଲା। ତେଣୁ ଏଭଳି ଘଟଣା ସେ ହିଁ ଘଟାଇଥିବ ବୋଲି ପୁଲିସରେ ବରୁଣ ଅଭିଯୋଗ କରିଛନ୍ତି।

Related posts

କପି ରୋକିବାରୁ ମାଡ଼ ମାରିଥିଲେ ଦୁର୍ବୃତ୍ତ

Odisha Halchal

ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

Odisha Halchal

କିଛି ଟଙ୍କା ପାଇଁ ହଜିଗଲାନି ମାନବିକତା

Odisha Halchal

Leave a Comment