ଅପରାଧଓଡ଼ିଶା ଖବରନ୍ୟୁଜ୍

ଶଶୁର ଙ୍କ ସହିତ ପାପ ସମ୍ପର୍କ ନ ରଖିବା ରୁ ବୋହୂ ଙ୍କୁ ଘରୁ ବାହାର କଲେ ଶଶୁର

ଶଶୁର ଙ୍କ ସହିତ ପାପ ସମ୍ପର୍କ ନ ରଖିବା ରୁ ବୋହୂ ଙ୍କୁ ଘରୁ ବାହାର କଲେ ଶଶୁର

କେନ୍ଦ୍ରାପଡା :-(ରିପୋର୍ଟ- ଚ୍ରିଲୋଚନ ବେହେରା/ ଜନ୍ମେଜୟ ବିଶ୍ୱାଳ) ପାଟକୁରା ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ଶଶୁର , ସ୍ବାମୀ, ଶାଶୁ ଓ ଗାଁର ଦୁଇଜଣ ବ୍ୟକ୍ତିଙ୍କ ବିରୋଧରେ ପାପ ସମ୍ପର୍କର ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ନେଇ ସେ କେନ୍ଦ୍ରାପଡା ଏସ୍ ପିଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ପଠାଇଛନ୍ତି ।

କେନ୍ଦ୍ରାପଡା ଏସ୍ ଡିପିଓ ରାଜୀବଲୋଚନ ପଣ୍ଡାଙ୍କୁ ଭେଟି ଗୋଟିଗୋଟି କରି ଅଭିଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କର ସ୍ବାମୀ ରାଜସ୍ଥାନର ଚାକିରୀ କରନ୍ତି । ଘରେ ତାଙ୍କର ଦୁଇ ପିଲା ଓ ଶାଶୁ ଶଶୁର । ଶଶୁର ତାଙ୍କ ସହିତ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି । ଶାଶୁ ନଥିବା ସମୟରେ ତାଙ୍କୁ ଆକ୍ରମଣ କରନ୍ତି । ଏସମ୍ପର୍କରେ ସେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ । ଗ୍ରାମବାସୀମାନଙ୍କ ସହାୟତାରେ ଏହାକୁ ଆପୋଷ ସମାଧାନ କରିବାକୁ ତାଙ୍କୁ ବାଧ୍ୟ କରିବାରୁ ସେ ସମାଧାନରେ ରାଜି ହୋଇ ସମାଧାନ କରିଥିଲେ ।

ପୁଣି ଶଶୁର ଆକ୍ରମଣ କରିବାରୁ ସେ ଶାଶୁଙ୍କ ନିକଟରେ ଅଭିଯୋଗ କରିଥିଲେ । ଶାଶୁ ସବୁଜାଣି କିଛି ନବୁଝିବାରୁ ସେ ତାଙ୍କ ସ୍ବାମୀଙ୍କ ପାଖକୁ ରାଜସ୍ଥାନ ଚାଲିଯାଇଥିଲେ । ସେଠାରେ ତାଙ୍କ ସ୍ବାମୀ ଅନ୍ୟ ଝିଅମାନଙ୍କ ସହିତ ଖରାପ ସମ୍ପର୍କ ରଖୁଥିବା ତାଙ୍କ ନଜରରେ ପଡିଥିଲା । ସେ ଏହାକୁ ବିରୋଧ କରିଥିଲେ । ତାଙ୍କ ସ୍ବାମୀ ତାଙ୍କ ସାଙ୍ଗ ମାନଙ୍କ ସହିତ ଖରାପ ସମ୍ପର୍କ ରଖିବାକୁ ତାଙ୍କୁ ବାଧ୍ୟ କରୁଥିଲେ । ସେ ରାଜି ନହେବାରୁ ତାଙ୍କ ସ୍ବାମୀ ତାଙ୍କ ଗୁପ୍ତାଙ୍ଗରେ ଶକ୍ତ ଆଘାତ ଦେଇଥିଲେ ।

ସ୍ବାମୀଙ୍କ ଯନ୍ତ୍ରଣା ସହିନପାରି ସେ ରାଜସ୍ଥାନ ଛାଡି ଏବେ ତାଙ୍କର ମାଉସୀ ଘରେ ରହୁଛନ୍ତି । ତାଙ୍କ ପିଲା ଦୁଇଟିଙ୍କୁ ତାଙ୍କ ଶଶୁର ତାଙ୍କ ନିକଟରୁ ଛଡାଇରଖି ତାଙ୍କୁ ଘରେ ପୁରାଉ ନାହାଁନ୍ତି । ତାଙ୍କର ପର ପୁରୁଷ ସହିତ ସମ୍ପର୍କ ରହିଛି ବୋଲି ତାଙ୍କ ଗ୍ରାମର ଦୁଇଜଣଙ୍କ ସହାୟତାରେ ଇଉଟ୍ୟୁବ୍ ରେ ଭିଡିଓ ଭାଇରାଲ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗରେ ତାଙ୍କ ଶଶୁର, ଶାଶୁ ଓ ସ୍ବାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏହି ମହିଳା।

Related posts

ଉପାନ୍ତ ଅଞ୍ଚଳରେ ନୂତନ ଥାନା ଭିଶି ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Halchal

ସେମିଲିଗୁଡା ବ୍ଲକ ଠାରେ ଭୀମ ଭୋଇ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Odisha Halchal

ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ

Odisha Halchal

Leave a Comment