ଅପରାଧଓଡ଼ିଶା ଖବରନ୍ୟୁଜ୍

ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସରେ ପହଂଚିଲା କ୍ରାଇମବ୍ରାଞ୍ଚ ଟିମ୍‌

ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସରେ ପହଂଚିଲା କ୍ରାଇମବ୍ରାଞ୍ଚ ଟିମ୍‌

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ଦିନକୁ ଦିନ ଅନେକ ଗୁମର ସାମ୍ନାକୁ ଆସୁଛି । ଯାହା ସୁଚନା ମିଳିଛି ଭୁବନେଶ୍ୱର ସ୍ଥିତ ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସରେ ପହଂଚିଛି କ୍ରାଇମବ୍ରାଞ୍ଚ ଟିମ୍ ।

ଅଫିସ୍ କୁ ପୁରା କଡ଼ନ କରି କ୍ରାଇମବ୍ରାଞ୍ଜ ଟିମ୍ ଯାଞ୍ଚ ଆରମ୍ଭ କରିଦେଇଛି । ତେବେ ଏହି ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଆଜି ହେଉଛି ଶେଷ ଦିନ । ପାଞ୍ଚ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହେବାକୁ ଥିବା ବେଳେ ଆଜି କ୍ରାଇମବ୍ରାଞ୍ଚ ଏହି ହତ୍ୟା ମାମଲା କୁ ନେଇ ବଡ଼ ଘୋଷଣା ହୋଇଛି ।

ନିରଞ୍ଜନ ସେଠୀ ସମ୍ପୃକ୍ତି ବର୍ତ୍ତମାନ ସାମ୍ନାକୁ ଆସିଛି । ଗତକାଲି କାନ୍ଦି କାନ୍ଦି ହତ୍ୟା ଦିନର ଘଟଣା ଶର୍ମିଷ୍ଠା ବଖାଣି ଥିବା ବେଳେ ଆଜି ଆହୁରି ସତ ସାମ୍ନାକୁ ଆଣିଛି କ୍ରାଇମବ୍ରାଞ୍ଚ ।

ହତ୍ୟା ପରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାକୁ ଫେରାର କରିଥିଲେ ନିରଞ୍ଜନ ସେଠୀ । ଯାଜପୁର କାଳିଆପାଣିରୁ ଫେରାର କରାଯାଇଥିଲା । ଫେରାର ପାଇଁ ୧୦ ହଜାର ଟଙ୍କା ଓ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଇଥିଲା ।

Related posts

ଲୁଟ ଘଟଣାରେ ସକ୍ରିୟ ଗ୍ଯାଙ୍ଗ ଗିରଫ

Odisha Halchal

ଯୁବକଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ

Odisha Halchal

ଏବେ ଚାଲିବ କଂସ ମହାରାଜଙ୍କ ରାଜୁତି

Odisha Halchal

Leave a Comment