ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଲ୍ୟାମ୍ପ ପୋଷ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବିମାନ

ଲ୍ୟାମ୍ପ ପୋଷ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବିମାନ

ଲ୍ୟାମ୍ପ ପୋଷ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବିମାନ। ଦିଲ୍ଲୀ ବିମାନ ବନ୍ଦରରେ ଘଟିଛି ଏହି ଦୁର୍ଘଟଣା। ସ୍ପାଇସ୍‌ଜେଟ୍‌ର ଏକ ଯାତ୍ରୀବାହୀ ବିମାନ, ବିମାନ ବନ୍ଦରରେ ଥିବା ଏକ ଲ୍ୟାମ୍ପ ପୋଷ୍ଟ ସହ ଧକ୍କା ହୋଇଛି। ଏଥିରେ ଲମ୍ପ ପୋଷ୍ଟ ଟି ବଙ୍କା ହୋଇଯିବା ସହ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସୂଚନା ମୁତାବକ, ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ସ୍ପାଇସଜେଟ୍‌ର ଏହି ଯାତ୍ରୀବାହୀ ବିମାନଟିକୁ ଟର୍ମିନାଲରୁ ରନୱେ ଯାଏଁ ନିଆଯାଉଥିଲା। ବିମାନକୁ ପୁସ୍‌ବ୍ୟାକ୍‌ କରିବା ବେଳେ ଲ୍ୟାମ୍ପପୋଷ୍ଟ ସହ ଧକ୍କା ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। କେବଳ ବିମାନଟିର ଡେଣା କ୍ଷତିଗ୍ରସ୍ତ ହୋଇଛି। ଏହି ବିମାନଟି ଦିଲ୍ଲୀରୁ ଜମ୍ମୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲା।

ସୋମବାର ଦିନ ସ୍ପାଇସଜେଟ ଗୋରଖପୁର-ବାରାଣସୀ ସମେତ ୭ଟି ବିମାନ ଉଡ଼ାଣ ପାଇଁ ଘୋଷଣା କରିଛି। ରବିବାର ଦିନ ଏହାକୁ କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଉଦ୍‌ଘାଟିତ କରାଯାଇଥିଲା।

Related posts

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଖୁସି ଖବର ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ

Odisha Halchal

ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

Odisha Halchal

କୋମନା ବନ ବିଭାଗ ର ବଡ ସଫଳତା

Odisha Halchal

Leave a Comment