ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଲୋକେ ହେଲେ ଛାନିଆ, ସାମ୍ନାକୁ ଆସିଲେ ସୁପରଷ୍ଟାର୍‌ଙ୍କ ଡୁପ୍ଲିକେଟ୍‌

ଲୋକେ ହେଲେ ଛାନିଆ, ସାମ୍ନାକୁ ଆସିଲେ ସୁପରଷ୍ଟାର୍‌ଙ୍କ ଡୁପ୍ଲିକେଟ୍‌

ସାମ୍ନାକୁ ଆସିଲେ ସୁପରଷ୍ଟାର ରଜନୀକାନ୍ତଙ୍କ ଡୁପ୍ଲିକେଟ୍‌। ତାଙ୍କ ଚାଲି, ଷ୍ଟାଇଲ୍‌ ଓ ଚେହାରା ପୂରାପୁରି ଅବିକଳ ରଜନୀକାନ୍ତଙ୍କ ଭଳି। ଯିଏ ଦେଖୁଛି ସିଏ ଘଡିଏ ଚାହୁଁଛି। ଏହି ଡୁପ୍ଲିକେଟ୍‌ ଥଲାଇଭିଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌ ଦେଖି ଲୋକେ ଛାନିଆ ହୋଇପଡିଛନ୍ତି।
ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଜବରଦସ୍ତ ଫ୍ୟାନ୍‌ ଫଲୋଇଂ ରହିଛି।

ରାଜନୀକାନ୍ତଙ୍କ କ୍ରେଜ ସିନେମାଘର ଠାରୁ ଆରମ୍ଭ କରି ବାସ୍ତବ ଜୀବନ ଯାଏଁ ଦେଖିବାକୁ ମିଳେ। ଯେତେବେଳେ ରଜନୀକାନ୍ତଙ୍କ କୌଣସି ଫିଲ୍ମ ରିଲିଜ ହୁଏ, ହଲ୍‌ରେ ଏକ ପ୍ରକାରର ଉତ୍ସବର ମାହୋଲ ସୃଷ୍ଟି ହୋଇଯାଏ। ସୋଶାଲ ମିଡିଓରେ ମଧ୍ୟ ରଜନୀକାନ୍ତଙ୍କୁ ଅଧିକାଂଶ ଲୋକେ ଫଲୋ କରନ୍ତି। ତାଙ୍କ ଭଳି ଷ୍ଟାଇଲ୍‌ ଆଉ ସ୍ୱାଗ୍‌କୁ ଆପଣାଇଥାନ୍ତି। ନିକଟରେ ସୋଶାଲ ମିଡିଆରେ ଏଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏ ପୂରାପୁରି ରଜନୀକାନ୍ତଙ୍କ ଭଳି ଦେଖାଯାଉଛନ୍ତି।

ରାଜନୀକାନ୍ତଙ୍କ ଏହି ଡୁପ୍ଲିକେଟ୍‌ କେବଳ ତାଙ୍କ ଭଳି ଦେଖା ଯାଉନାହାନ୍ତି ତାଙ୍କ ଚାଲିବା ଷ୍ଟାଇଲ୍‌ ମଧ୍ୟ ଅବିକଳ ରଜନୀକାନ୍ତଙ୍କ ଭଳି। ଦୂରରୁ ଦେଖିଲେ ସେ ପୂରା ଥଲାଇଭି ଷ୍ଟାର୍‌ଙ୍କ ଭଳି ଦେଖାଯାଆନ୍ତି। ରଜନୀକାନ୍ତଙ୍କ ଡୁପ୍ଲିକେଟ୍‌ଙ୍କ ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ସୋଶାଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ମଧ୍ୟ ହୋଇଛି।

ସୂଚନା ମୁତାବକ, ୭୧ ବର୍ଷୀୟ ରଜନୀକାନ୍ତଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଅନ୍ନାଥେ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟ ଜିତି ନେଇଥିଲା। ଏହି ଫିଲ୍ମରେ ରଜନୀକାନ୍ତଙ୍କ ସହ ନୟନତାରା ଏବଂ କିର୍ତ୍ତି ସୁରେଜ ଲିଡ୍‌ ରୋଲ୍‌ରେ ଥିଲେ। ଭାଇ-ଭଉଣୀଙ୍କ ସୁନ୍ଦର ସମ୍ପର୍କରେ ଉପରେ ଏହି ଫିଲ୍ମର କାହାଣୀ ଆଧାରିତ ଥିଲା।

Related posts

୪ଦଫା ଦାବିରେ ଜିଲ୍ଲା ବନ୍ଦ କଲେ କଂଗ୍ରେସ

Odisha Halchal

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

Odisha Halchal

ହାତୀ ଭାଙ୍ଗିଲା ଘର, ୨ ଗୁରୁତର

Odisha Halchal

Leave a Comment