ଅପରାଧଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଲୋକପ୍ରିୟତା ହାସଲ ପାଇଁ ସଲମାନ୍ ଖାନଙ୍କୁ ଧମକ

ଲୋକପ୍ରିୟତା ହାସଲ ପାଇଁ ସଲମାନ୍ ଖାନଙ୍କୁ ଧମକ

ବିଗତ କିଛି ଦିନରେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କୁ ମିଳିଥିବା ଧମକ ମାମଲା ନେଇ ଜୋରଦାର ଚର୍ଚ୍ଚା ହୋଇଛି । ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ନେଉଛି । ବୁଧବାର ପୂରା ଟିମ୍ ଦିଲ୍ଲୀ ପହଞ୍ଚି ଥିଲେ । ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗକୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲେ । ଏହି ପଚରାଉଚରା ସମୟରେ କ୍ରାଇମ୍‌ବ୍ରାଞ୍ଚ ମହାଖୁଲାସା କରିଛି ।

କ୍ରାଇମବ୍ରାଞ୍ଚ କହିଛି ଯେ, ଲୋକପ୍ରିୟତା ହାସଲ ପାଇଁ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗ୍ ସଲମାନଙ୍କୁ ଧମକ ଦେଇଥିଲା । ଅଭିଯୁକ୍ତ ବିକ୍ରମ ବରାଡ଼ଙ୍କ ନିର୍ଦ୍ଦେଶରେ ସଲମାନଙ୍କୁ ଧମକ ଦିଆଯାଇଥିଲା । ତେବେ ବିକ୍ରମ ବରାଡ ଏବେ କାନାଡାରେ ଅଛି ଏବଂ ତା’ ନାଁରେ ୧୨ରୁ ଊର୍ଦ୍ଧ୍ୱ ମାମଲା ରହିଛି ।

ମୁମ୍ବାଇରେ ସଲମାନ ଖାନ୍‌ଙ୍କୁ ଧମକ ଦେବା ପାଇଁ ୩ ଜଣ ମୁମ୍ବାଇ ଆସିଥିଲେ । ସେମାନେ ସୌରଭ ମହାକାଳଙ୍କୁ ଭେଟିଥିଲେ । ମହାକାଳଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ପଚାରଉଚରା କରିଥିଲା । ମହାକାଳ ପଚରାଉଚରା ସମୟରେ ପୂରା ବିବରଣୀ ଦେଇଥିଲା । କ୍ରାଇମବ୍ରାଞ୍ଚକୁ ମହାକାଳ କହିଥିଲା ଯେ, ଲୋକପ୍ରିୟତା ହାସଲ କରିବା ପାଇଁ ସଲମାନଙ୍କୁ ଧମକ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ସଲମାନ ଖାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ପଛରେ ମାଷ୍ଟରମାଇଣ୍ଡ ବ୍ରିକମଜୀତ ସିଂହ ବରାଡ ରହିଛି । ବିକ୍ରମ ଏକଦା ରାଜସ୍ଥାନର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆନନ୍ଦପାଳର ନିକଟତର ଥିଲା, କିନ୍ତୁ ଆନନ୍ଦପାଳର ଏନକାଉଣ୍ଟର ପରେ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗରେ ଯୋଡ଼ି ହୋଇଯାଇଥିଲା ।

Related posts

ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ, ଆସିଲା ନୂଆ ଗାଇଡ୍‌ଲାଇନ୍‌

Odisha Halchal

ବ୍ଲକ ଉପାଧ୍ୟକ୍ଷଙ୍କ ଦାଦାଗିରି

Odisha Halchal

ଜିଲ୍ଲାରେ ବାଘ ଆତଙ୍କ

Odisha Halchal

Leave a Comment