ଅପରାଧଓଡ଼ିଶା ଖବରନ୍ୟୁଜ୍

ଲାଇସେନ୍ସ ନବୀକରଣ କରିବାକୁ ଆସିଥିଲେ, ମନା କରିବାରୁ ନିସ୍ତୁକ ମାଡ ମାରିଲେ ୨ ଭାଇ

ଲାଇସେନ୍ସ ନବୀକରଣ କରିବାକୁ ଆସିଥିଲେ, ମନା କରିବାରୁ ନିସ୍ତୁକ ମାଡ ମାରିଲେ ୨ ଭାଇ

ଡ୍ରାଇଭିଂ ଲାଇସେନ୍ସ ନବୀକରଣ କରିବାକୁ ଆସିଥିଲେ । ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍ ସାର୍ ମନା କରିବାରୁ ନିସ୍ତୁକ ପିଟିଲେ ଯୁବକ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଛକରେ ଏହି ଘଟଣା ଘଟିଛି ।

ଖବର ଅନୁଯାୟୀ, ବାଲିପାଟଣା ଛକରେ ରମେଶ ଚନ୍ଦ୍ର ଓତାଙ୍କର ଏକ ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ସ୍କୁଲ୍ ରହିଛି । ରବିବାର ସଂଧ୍ୟାରେ ୨ ଜଣ ଯୁବକ (୨ଭାଇ) ଡ୍ରାଇଭିଙ୍ଗ ଲାଇସେନ୍ସ ରିନିୱାଲ୍ ପାଇଁ ଆସିଥିଲେ । ରମେଶ ରିନିୱାଲ୍ ପାଇଁ ମନା କରିବାରୁ ୨ ଭାଇ ରାଗିଯାଇ ରମେଶଙ୍କୁ ଗାଳି ଗୁଲଜ କରିଥିଲେ । ଏହା ସହ ରମେଶଙ୍କୁ ନିସ୍ତୁକ ପିଟିଥିଲେ ।

ଯୁବକଙ୍କ ଆକ୍ରମଣର ରମେଶ ଆହତ ହୋଇଥିଲେ । ଖବର ପାଇ ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଆକ୍ରମଣକାରୀ ୨ ଭାଇଙ୍କୁ ଥାନାକୁ ନେଇଛି । ଏହାସହ ଆକ୍ରମଣକାରୀ ଙ୍କ ବାଇକ୍ ମଧ୍ୟ ଜବତ କରିଛି ।

Related posts

ଆଇନ ଜାଲରେ ଫସିଲେ ଅଲ୍ଲୁ ଅର୍ଜୁନ୍‌

Odisha Halchal

ମାଡ଼ ମାରି ପ୍ରଧାନ ଶିକ୍ଷକ ନିଲମ୍ବିତ

Odisha Halchal

ଏବେ ଚାଲିବ କଂସ ମହାରାଜଙ୍କ ରାଜୁତି

Odisha Halchal

Leave a Comment