ଦେଶ ବିଦେଶନ୍ୟୁଜ୍

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: କିଭ୍ ଓବ୍ଲାଷ୍ଟରେ ୭୨୦ ମୃତଦେହ ଉଦ୍ଧାର

କିଭ୍ ଓବ୍ଲାଷ୍ଟରେ ୭୨୦ ମୃତଦେହ ଉଦ୍ଧାର, ୨୦୦ ଲୋକ ନିଖୋଜ

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହେବାକୁ ଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ଜାରି ଥିବା ଯୁଦ୍ଧରେ ବିରାମ ପଡ଼ିବା ନେଇ କୌଣସି ସୂଚନା ମିଳିପାରି ନାହିଁ । ସଦ୍ୟତମ ରିପୋର୍ଟ ଅନୁସାରେ ରୁଷିଆ ସେନା ୟୁକ୍ରେନ୍‌ର ଖମେଲନିତସକି ଓ କିଭ୍‌ର ଗୋଲାବାରୁଦ ଡିପୋରେ ଆକ୍ରମଣ କରି ଏହାକୁ ନଷ୍ଟ କରିଦେଇଛନ୍ତି । ୟୁକ୍ରେନ୍ ନିଜ ଦେଶର ବିରୋଧୀ ନେତା ତଥା ରୁଷିଆ ସମର୍ଥକ ଭିକ୍ଟର ମେଦଭେଦଚୁକଙ୍କୁ ଗିରଫ କରିଛି । ରୁଷିଆର ଆକ୍ରମଣରେ ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

ୟୁକ୍ରେନ୍ ଦାବି କରିଛି ଯେ, କେବଳ କିଭ୍ ଓବ୍ଲାଷ୍ଟ ରାଜ୍ୟରେ ୭୨୦ ସାଧାରଣ ଲୋକଙ୍କର ମୃତଦେହ ମିଳିଛି । ଏଠାରେ ୨୦୦ ଲୋକ ନିଖୋଜ ଅଛନ୍ତି । ଯୁଦ୍ଧ ବନ୍ଦ ନେଇ ଉଭୟ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଏକାଧିକ ଥର ଉଦ୍ୟମ ହେଇଛି । କିନ୍ତୁ ଏଥିରୁ କୌଣସି ସକରାତ୍ମକ ଫଳ ବାହାରିପାରି ନାହିଁ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କହିବା ଅନୁସାରେ ଯୁଦ୍ଧ ନରସଂହାର ସହିତ ସମାନ । ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ୟୁକ୍ରେନ୍‌ରେ ଯେଭଳି ଭାବରେ ନରସଂହାର କରିଛନ୍ତି, ତାହା ଗ୍ରହଣୀୟ ନୁହେଁ । ରୁଷିଆ ଆଚରଣବିଧିର ଅନ୍ତର୍ଜାତୀୟ ମାନକକୁ ପୂରା କରୁନାହିଁ ।

Related posts

ଓଡ଼ିଶାର ମାନ ରଖିଲେ ଗାନ୍ଧୀଜୀ ଵିଦ୍ୟାପିଠ

Odisha Halchal

ଶେଷରେ ୱିନିଂ ଟ୍ରାକ୍‌କୁ ଫେରିଲା ଚେନ୍ନାଇ

Odisha Halchal

ଜଳଛତ୍ର ଅବଢ଼ା ତୃଷାର୍ତ୍ତ ପଥିକମାନଙ୍କୁ ବଣ୍ଟନ

Odisha Halchal

Leave a Comment