ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ରାୟଗଡାରେ ହେବ ରଜ କ୍ୱିନ୍ ସିଜନ୍ -୧ ପ୍ରତିଯୋଗିତା

ରାୟଗଡାରେ ହେବ ରଜ କ୍ୱିନ୍ ସିଜନ୍ -୧ ପ୍ରତିଯୋଗିତା

ରାୟଗଡା:- (ରିପୋର୍ଟ- ପ୍ରସାଦ ସାହୁକାର) ସଦର ମହକୁମାର ସ୍ଥାନୀୟ ଟାଉନ ହଲ ଠାରେ ଆସନ୍ତା ମେ ୨୮ ଓ ୨୯ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ରଜ କ୍ୱିନ୍ ସିଜନ୍‌-୧ ପ୍ରତିଯୋଗିତା । ଏ ନେଇ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫିଟ୍ ଇଣ୍ଡିଆ ସଂସ୍ଥା’ର ସିଇଓ ଶ୍ରୀମତି ସଂଧ୍ୟାରାଣୀ ଦଳେଇ । ରଜ ଓଡିଶାର ଏକ ଗଣପର୍ବ ହୋଇଥିବା ବେଳେ ରାଜ୍ୟର ଅନେକ ଜିଲ୍ଳାରେ ଏହା ଲୋପ ପାଇବାକୁ ବସିଛି ।

ଫଳରେ ଓଡିଆଙ୍କ କଳା,ସଂସ୍କୃତି ତଥା ପରମ୍ପରା ମଧ୍ୟ ବିଲୁପ ଆଡକୁ ଗତି କରୁଛି । ତେଣୁ ଓଡିଆଙ୍କ ଏହି କଳା,ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଳାର ରାୟଗଡା , ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଳାରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ରଜ କ୍ୱିନ୍ ସିଜନ୍‌-୧- ପ୍ରତିଯୋଗିତାରେ ସୁଯୋଗ ଦିଆଯାଇ ସେମାନଙ୍କୁ ଆହୁରି ପ୍ରେରଣା ଯୋଗାଇ ଦିଆଯାଇ ପାରିବ ବୋଲି ଶ୍ରୀମତି ଦଳେଇ ପ୍ରକାଶ କରିଥିଲେ । ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରଜ କ୍ୱିନ୍ ସିଜନ୍‌- ୧ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଶତାଧିକ ପ୍ରତିଯୋଗୀମାନଙ୍କ ପାଇଁ ୪ଟି ରାଉଣ୍ଡ ପରୀକ୍ଷା ଅନୁଷ୍ଠିତ ହେବ ।

ଓଲିଉଡର ଖ୍ୟାତିନାମା କଳାକାର ମନୋଜ ମିଶ୍ର ଏବଂ ଗାର୍ଗି ମହାନ୍ତି ଏବଂ ଶ୍ରୀମତି ସଂଧ୍ୟାରାଣୀ ଦଳେଇ ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଥିବା ବେଳେ ରଜକ୍ୱିନ୍ ସିଜନ-୧ ରାୟଗଡା ଜିଲ୍ଳା ପାଇଁ ପ୍ରତିଯୋଗିତା ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ହେବା ପରେ ଅନ୍ୟ ଜିଲ୍ଳାଗୁଡିକର ଇଚ୍ଛୁକ ପ୍ରାର୍ଥୀମାନେ ମଧ୍ୟ ନିବେଦନ କରିବାରୁ ଅବିଭକ୍ତ କୋରାପୁଟ ଜିଲ୍ଳା ପାଇଁ ଏହି ପ୍ରତିଯୋଗିତା କରାଯାଉଥିବା ନେଇ ସେଂଚ୍ୟୁରିଆନ୍ ୟୁନିଭରସିଟିର ନିର୍ଦ୍ଦେଶକ ତଥା ରଜ କ୍ୱିନ୍ ସିଜନ୍ -୧ ପ୍ରତିଯୋଗିତାକୁ ପ୍ରୟୋଜିତ କରୁଥିବା ରାଜେଶ କୁମାର ପାଢୀ ପ୍ରକାଶ କରିଥିବା ବେଳେ ଏହି ପ୍ରତିଯୋଗିତାରେ ୧୫ରୁ ୨୫ବର୍ଷିୟ ଅବିବାହିତା କୁଆଁରୀ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଅମୂଲ୍ୟରତ୍ନ ସାହୁ ପ୍ରକାଶ କରିଥିଲେ ।

Related posts

କୋଟି ହୃଦୟର ମଉଡମଣୀ ଗଣକବି ବୈଷ୍ଣବ ପାଣି

Odisha Halchal

ଏପ୍ରିଲ ୧ରୁ ବଦଳିଯିବ ଆୟକର ସମ୍ବନ୍ଧୀୟ ଅନେକ ନିୟମ

Odisha Halchal

କେବେ ମିଳିବ ଗରିବଙ୍କୁ ନିଜର ହକ

Odisha Halchal

Leave a Comment