ଦେଶ ବିଦେଶନ୍ୟୁଜ୍

ରାହୁଲ ଗାନ୍ଧୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍

ରାହୁଲ ଗାନ୍ଧୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍

ଇତିହାସ ଦୋହରା ରହା ହେ… ରାହୁଲଙ୍କୁ ଦେଖି କାହିଁକି ଭାଇରାଲ୍ ହେଲା ୪୫ ବର୍ଷ ପୁରୁଣା ଇନ୍ଦିରା ଗାନ୍ଧୀଙ୍କ ଫଟୋ ?
ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡିର ପଚରା ଉଚୁରା ଜାରି ରହିଛି। କାର୍ଯ୍ୟାଳୟରେ ସୋନିଆ ଗାନ୍ଧୀଙ୍କୁ ଏଜେନ୍ସି ପ୍ରଶ୍ନ କରୁଥିବା ବେଳେ ଅନ୍ୟପଟେ ରାଜରାସ୍ତାରେ କଂଗ୍ରେସର ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀ ମଧ୍ୟ ନିଜେ ସଡକକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି।

ଏହି ସମୟରେ ପୋଲିସ ତାଙ୍କୁ ବିଜୟ ଚୌକରୁ ଉଠାଇ ନେଇଛି। ଅନ୍ୟ କଂଗ୍ରେସ କର୍ମୀଙ୍କୁ ମଧ୍ୟ ପୋଲିସ ବସରେ ବସାଇ ନେଇ ଯାଇଛି।ସମସ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ରାହୁଲ ଗାନ୍ଧୀ ସଡକରେ ବସି ଧାରଣା ଦେଉଥିବା ଦେଖିବାକୁ ମିଳିଛି। ପୋଲିସ ତାଙ୍କୁ ଧାରଣାରେ ବସିବାକୁ ଦେଉନାହିଁ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଦେଶରେ କେବଳ ପୋଲିସରାଜ ଚାଲିଛି। ଭାରତ ପାଇଁ ଏହା ଅକାଟ୍ୟ ସତ୍ୟ ଯେ, ଏଠାରେ ମୋଦୀ ରାଜା।

ଏବେ କଂଗ୍ରେସ ନିଜର ଟୁଇଟର ହ୍ୟାଣ୍ଡେଲରେ ରାହୁଲ ଗାନ୍ଧୀଙ୍କ ଫଟୋ ସେୟାର କରିଛନ୍ତି। ଏଥିସହିତ ପାର୍ଟି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୪୫ ବର୍ଷ ପୁରୁଣାର ଏକ ଫଟୋ ସେୟାର କରିଛି। ସେହି ଫଟୋରେ ଇନ୍ଦିରା ଗାନ୍ଧୀ ମଧ୍ୟ ତଳେ ବସି ଧାରଣା ଦେଉଛନ୍ତି। ଏହି ଦୁଇ ଫଟୋକୁ ସେୟାର କରି କଂଗ୍ରେସ ଲେଖିଛି, ଜଞ୍ଜିର ବଢା କର ସାଧ ମୁଝେ, ହାଁ ହାଁ ଦୁର୍ଯ୍ୟୋଧନ ! ବାନ୍ଧ ମୁଝେ, ବାନ୍ଧନେ ମୁଝେ ତୋ ଆୟା, ଜଞ୍ଜିର ବଡି କ୍ୟା ଲାୟା ହେ ? ଇତିହାସ ଦୋହରା ରହା ହେ…

କଂଗ୍ରେସ ଇନ୍ଦିରା ଗାନ୍ଧୀଙ୍କ ଯେଉଁ ଫଟୋ ସେୟାର କରିଛି, ପ୍ରକୃତରେ ଏହା ୧୯୭୭ ମସିହାର। ଏହି ସମୟରେ ଦେଶ ସ୍ଵାଧୀନତା ପରେ କଂଗ୍ରେସ ପ୍ରଥମ ଥର ନିର୍ବାଚନ ହାରିଥିଲା। ଖୋଦ୍ ଇନ୍ଦିରା ମଧ୍ୟ ନିଜର ରାୟବରେଲୀ ସିଟ୍‌ ବଞ୍ଚାଇ ପାରିନଥିଲେ। ମୋରାରଜୀ ଦେଶାଇଙ୍କ ନେତୃତ୍ଵରେ ଜନତା ପାର୍ଟି ସରକାର ଗଠନ କରିଥିଲା। ପୁଣି କିଛି ବର୍ଷ ପରେ ଇନ୍ଦିରା କ୍ଷମତାକୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ।

Related posts

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ଅଧିକାରୀ

Odisha Halchal

ସ୍ମଶାନ ଓ ଗୋଚର ଜମିକୁ ଜବରଦଖଲ

Odisha Halchal

ପୁଣି ଦେଖା ହବ ଆର ଜନମରେ

Odisha Halchal

Leave a Comment