ଅପରାଧଓଡ଼ିଶା ଖବରନ୍ୟୁଜ୍

ରାସ୍ତା ଉପରେ ଶତାଧିକ ନକଲି ଆଧାର କାର୍ଡ

ରାସ୍ତା ଉପରେ ଶତାଧିକ ନକଲି ଆଧାର କାର୍ଡ

ରାୟଗଡା:-(ରିପୋର୍ଟ -ପ୍ରସାଦ ସାହୁକାର)ରାୟଗଡା ମୁଖ୍ଯ ରାସ୍ତା ଠାରେ ଗୋଟେ ନୁହେଁ କି ଦୁଇଟି ନୁହେଁ ଏକାଥରକେ ପାଖାପାଖି ୨ଶହଟି ନକଲି ଆଧାର କାର୍ଡ କେହି ଫୋଫାଡି ଦେଇଛି ରାସ୍ତା ଉପରେ । ଯାହାକୁ ନେଇ ଆଧାର କାର୍ଡ ଗୁଡିକର ଅପବ୍ୟବହାର ଉପରେ ସନ୍ଦେହ ସୃଷ୍ଟି ହାେଇଛି । ରାୟଗଡା ସହର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ବର୍ଷାରେ ଭିଜି ଅନେକ କାର୍ଡଗୁଡିକ ନଷ୍ଟ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ପଡିଥିବା ଆଧାର କାର୍ଡଗୁଡିକ ସଂଗ୍ରହ କରି ରାସ୍ତା କଡରେ ଥିବା ଏକ ଠେଲା ଗାଡିରେ ରଖି ଯାଂଚ କରିଥିଲେ । ଅନେକ କାର୍ଡ ରାୟଗଡା ପୈାରାଂଚଳ ୱାର୍ଡନମ୍ବର ୧ ଓ ୨ର ହାେଇଥିବା ବେଳେ ଆଉ କିଛି କେରଳ,ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି । ତେବେ ଯେଉଁମାନଙ୍କ ନାମରେ ମିଳିଥିବା ନକଲି କାର୍ଡ ମଧ୍ୟରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଅଂଚଳର ଅନେକ ବାସିନ୍ଦାଙ୍କ କାର୍ଡ ରହିଛି ।

ଅସଲି କାର୍ଡଧାରୀଙ୍କ ଆଧାର କାର୍ଡ ତାଙ୍କ ଘରେ ଥିବା ବେଳେ ନକଲି କାର୍ଡ ରାସ୍ତାରେ ପଡିଥିବା ଦେଖି ଚକିତ ଅଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ରାୟଗଡା ଥାନା ପୋଲିସ ଘଟଣା ସ୍ଥଳରେ ପଂହଚି କାର୍ଡଗୁଡିକ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଧାର ନମ୍ବରକୁ ନେଇ ଜଣେ ବ୍ୟକ୍ତିଙ୍କ ପରିଚୟ ଠାରୁ ଆରମ୍ଭ କରି ଠିକଣା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଶ୍ଳିଷ୍ଟ ରହୁଥିବା ବେଳେ ଏତେଗୁଡାଏ ଆଧାର କାର୍ଡର ନକଲି କପିଗୁଡିକ କିଏ ଓ କାହିଁକି ରାସ୍ତା ଉପରେ ଫୋପାଡି ଚାଲି ଯାଇଛି ପାେଲିସ ତାହାର ତଦନ୍ତ ଆରମ୍ଭ କରିଛି ।

Related posts

ସମ୍ ହସ୍ପିଟାଲରେ ସଫଳ ହେଲା ୬ ମାସ ଶିଶୁର ଜଟିଳ ହୃଦରୋଗ ଅସ୍ତ୍ରୋପଚାର

Odisha Halchal

ବାଘ ଛାଲ ସହ ଶିକାରୀ ଗିରଫ

Odisha Halchal

ହୋଡିଂକୁ କଲେ ହାଇଜାକ

Odisha Halchal

Leave a Comment