Thursday, September 29, 2022
Homeଅପରାଧରାସ୍ତାକଡ଼ରେ ପଡ଼ିଥିବା ବସ୍ତାରୁ ବାହାରିଲା ଯୁବକଙ୍କ ମୃତଦେହ

ରାସ୍ତାକଡ଼ରେ ପଡ଼ିଥିବା ବସ୍ତାରୁ ବାହାରିଲା ଯୁବକଙ୍କ ମୃତଦେହ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଗରିଆମାଲ ନିକଟ ୧୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ଏକ ପ୍ଲାଷ୍ଟିକ ବସ୍ତା ପଡ଼ିଥିବା ବେଳେ ତା’ ଭିତରୁ ଜଣେ ଯୁବକଙ୍କ ଅର୍ଦ୍ଧ ଗଳିତ ମୃତଦେହ ଜବତ କରାଯାଇଛି। ମୃତ ଯୁବକ ଜଣଙ୍କ କିଏ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

ମୃତ ଯୁବକଙ୍କ ଦେହରେ ନୀଳରଙ୍ଗର ଟି-ଶାର୍ଟ ଅଛି। ମୃତଦେହଟି ପୂରା କଳା ପଡ଼ିଯାଇଛି। ଗତକାଲି ରାତିରେ କେହି ମୃତଦେହଟିକୁ ଏଠାରେ ଫୋପାଡ଼ିଥିବା ପୁଲିସ୍ ଅନୁମାନ କରୁଛି। ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ଅନ୍ୟ ରାଜ୍ୟର ହୋଇଥାଇପାରନ୍ତି ପୁଲିସ ଅନୁମାନ କରୁଛି। ତେବେ ଖବର ଲେଖାଯିବା ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନି। ପୁଲିସ୍ ଛାନଭିନ ଜାରି ରଖିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର