29.1 C
Bhubaneswar
Saturday, October 16, 2021
No menu items!
Home ମୁଖ୍ୟ ଖବର ବିଶେଷ ଖବର ରାଜ୍ୟରେ ଜୁଲାଇ ୧୬ ଯାଏଁ ବଢିଲା ପୁଣି ଆଂଶିକ ଲକ୍‌ଡାଉନ୍

ରାଜ୍ୟରେ ଜୁଲାଇ ୧୬ ଯାଏଁ ବଢିଲା ପୁଣି ଆଂଶିକ ଲକ୍‌ଡାଉନ୍

ରାଜ୍ୟରେ କୋଭିଡ ସଂକ୍ରମଣର ପ୍ରସାର ପାଇଁ ଲାଗୁ ହୋଇଥିବା ଆଂଶିକ ଲକ୍‌ଡାଉନ୍କୁ ଜୁଲାଇ 16 ସକାଳ 6 ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ଟାରୁ ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ରାଜ୍ୟର ୩୦ଟି ଜିଲ୍ଲାକୁ ଦୁଇଟି କାଟେଗୋରୀ ଯଥା- ‘A’ ଏବଂ ‘B’ରେ ବିଭକ୍ତ କରାଯାଇଛି । କାଟେଗୋରୀ ‘A’ରେ ରହିଛି ୨୦ଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ।

ରାଜ୍ୟରେ କରୋନା ଦ୍ବିତୀୟ ଲହରୀର ସଂକ୍ରମଣ ମାମଲାରେ ବ୍ୟାପକ ବୃଦ୍ଧି ପାଇବା ପରେ ଓଡ଼ିଶା ସରକାର ଚଳିତ ବର୍ଷ ତାଲାବନ୍ଦ ଲାଗୁ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମଇ 5 ରୁ 19 ପର୍ଯ୍ୟନ୍ତ ଏବଂ ପରେ ମେ 19 ରୁ ଜୁନ୍ 1 ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକକୁ କାର୍ଯ୍ୟକାରୀ କରିବା ପରେ ସରକାର ଏହି ବନ୍ଦକୁ ଜୁନ୍ 17 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଯାହାକି ପୁନର୍ବାର ଜୁଲାଇ 1 ସକାଳ 5 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲାଗୁଜିକରେ ସପ୍ତାହାନ୍ତ ସଟ୍ ଡାଉନ୍ ରହିବନି । ବସ୍ ଚଳାଚଳ,ସାଲୁନ ଏବଂ ଇନଡୋର ଆଉଟଡୋର୍ ସୁଟିଂକୁ ମଧ୍ୟ ଏହିସହୁ ଜିଲ୍ଲାରେ ଅନୁମତି ମିଳିଛି ।

1 COMMENT

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments