ଦେଶ ବିଦେଶନ୍ୟୁଜ୍

ରାଜଧାନୀ କିଭ୍‌କୁ ଘେରିବା ପାଇଁ ଶେଷ ପ୍ରସ୍ତୁତି

ରାଜଧାନୀ କିଭ୍‌କୁ ଘେରିବା ପାଇଁ ଶେଷ ପ୍ରସ୍ତୁତି

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଶନିବାର ୧୭ ଦିନରେ ଯୁଦ୍ଧ ଜାରି ରହିଛି । ଜୈବିକ ଅସ୍ତ୍ର ମାଧ୍ୟମରେ ଯୁଦ୍ଧ ହେବାକୁ ଯାଉଛି । ରୁଷିଆର ଅଭିଯୋଗ ପରେ ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦର ଦ୍ୱାରା ଆୟୋଜିତ ବୈଠକରେ କୁହାଯାଇଛି ଯେ, ଆମେରିକା ଦ୍ୱାରା ସମର୍ଥିତ ଅନେକ ୟୁକ୍ରେନ ଜୈବିକ ଅସ୍ତ୍ର ପରୀକ୍ଷାଗାରରେ ନାହିଁ । ରୁଷିଆର ସୀମା ଅଥବା ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଜୈବିକ ଅସ୍ତ୍ର ନାହିଁ ।

ତେବେ ରୁଷୀୟ ସୈନିକମାନେ ୟୁକ୍ରେନ୍‌ର ରାଜଧାନୀ କିଭକୁ ଚାରିପଟରୁ ଘେରିବା ପାଇଁ ଶେଷ ପସ୍ତୁତି କରିଛନ୍ତି । ୟୁକ୍ରେନର ଦାବି ଯେ, ନିକୋଲାଏଭରେ ରୁଷିଆ ସୈନିକ ଗୁଳିମାଡ଼ କରିଛନ୍ତି । ରୁଷିଆ ସେନା ଓଡେସା ଉପରେ ଆକ୍ରମଣକୁ ତୀବ୍ର କରିଦେଇଛି ।

ରୁଷିଆ ଉପରେ ଆମେରିକାର କଟକଣା ବଢ଼ିଚାଲିଛି । ୟୁଏସ ଟ୍ରେଜେରି ମଧ୍ୟ ରୁଷିଆର ସମ୍ଭ୍ରାନ୍ତ ଲୋକଙ୍କ ଉପରେ କଟକଣା ଆରମ୍ଭ କରିଦେଇଛି । ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ମୁଖପାତ୍ର ଦିମିତ୍ରୀ ପେସକୋଭଙ୍କ ପରିବାରର ୩ ଜଣ ସଦସ୍ୟଙ୍କ ଉପରେ ଆମେରିକା କଟକଣା ଲାଗୁ କରିଛି । ଏଥି ସହିତ ପ୍ୟାକେଜ ଭିଟିଭି ବ୍ୟାଙ୍କ ବୋର୍ଡର ସଦସ୍ୟ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ୟୁକ୍ରେନରେ ରୁଷିଆ ପକ୍ଷରୁ କରାଯାଉଥିବା ଆକ୍ରମଣ ନେଇ ୪୧ଟି ଦେଶ ଅନ୍ତର୍ଜାତୀୟ କୋର୍ଟରେ ରୁଷିଆକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Related posts

‘ଖୁଦା ହାଫିଜ’ର ଗୀତକୁ ନେଇ ବିବାଦ, ବଦଳିଲା ଶବ୍ଦ

Odisha Halchal

ମାର୍ଚ୍ଚ ସୁଦ୍ଧା ଶେଷ ହେବ IDBI ବ୍ୟାଙ୍କ ସହ ୩ କମ୍ପାନିର ବିକ୍ରି ! ସରକାରଙ୍କ ରହିଛି ଏହି ଯୋଜନା

Odisha Halchal

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା

Odisha Halchal

Leave a Comment