ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ରାଜଧାନୀରେ କଡା ହେଲା ଟ୍ରାଫିକ୍ ନିୟମ

ରାଜଧାନୀରେ କଡା ହେଲା ଟ୍ରାଫିକ୍ ନିୟମ

ରାଜଧାନୀରେ ଦିନକୁ ଦିନ ଟ୍ରାଫିକ୍ ନିୟମ ଯେତିକି କଡା ହେଉଛି ନିୟମ ଉଲଘଂନକାରୀଙ୍କ ସଂଖ୍ୟା ମଧ୍ୟ ସେତିକି ମାତ୍ରାରେ ବୃଦ୍ଧି ପାଉଛି । ତେବେ ର୍ତ୍ତମାନ ଆହୁରି କଡା ହୋଇଛି ଟ୍ରାଫିକ୍ ନିୟମ ।

ଏଣିକି ଭୁବନେଶ୍ୱର ସହର ମଧ୍ୟରେ ଘଣ୍ଟାପ୍ରତି ୫୦ କିମିରୁ ଉର୍ଦ୍ଧ୍ୱ ବେଗରେ ଗାଡି ଚଳାଇଲେ କଟିବ ମୋଟା ଅଙ୍କର ଚାଲାଣ । ତାହା ପୁଣି ସଙ୍ଗେ ସଙ୍ଗେ ମୋବାଇଲକୁ ପଠାଯିବ । ନିୟମ ଉଲଘଂନ କାରୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷପ ମଧ୍ୟ ଗ୍ରହଣ କରାଯାଇଛି ।

ରାଜଧାନୀରେ ଏବେ ୧୩ ଟି ଛକରେ ଭେଇକିଲ ସ୍ପିଡ୍ ମନିଟର କରିବା ପାଇଁ ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି । ଏହା ଦ୍ୱାରା ନିୟମ ଉଲଘଂନ କାରୀଙ୍କୁ ସାବାଡ୍ କରାଯାଇପାରିବ ।

ତେବେ ସବୁଠାରୁ ବଡ଼ କଥା ହେଲା ଏହି ନିୟମ ଉଲଘଂନ କଲେ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣିବାକୁ ପଡିବ ଏହା ସହିତ ଲାଇସେନ୍ସ ମଧ୍ୟ ରଦ୍ଧ କରାଯାଇପାରେ ବୋଲି ସର୍ବସାଧାରଣଙ୍କୁ ଚେତାଇ ଦିଆଯାଇଛି ।

Related posts

ସହୀଦ ଯବାନ ଅମର ରହେ ସ୍ଲୋଗାନ ରେ ପରିବେଶ ପ୍ରକମ୍ପିତ

Odisha Halchal

ଲୋଡିଂ ବେଲ୍ଟରେ ଚାପି ହୋଇ ଶ୍ରମିକ ମୃତ

Odisha Halchal

ଉଦଯାପିତ ହେଲା ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Halchal

Leave a Comment