ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜଧାନୀରେ ଆଉ ଏକ ନିର୍ଭୟା କାଣ୍ଡ

ରାଜଧାନୀରେ ଆଉ ଏକ ନିର୍ଭୟା କାଣ୍ଡ

ରାଜଧାନୀ ଦିଲ୍ଲୀରେ ସୀମା ଟପିଗଲା ବର୍ବରତା । ଜଣେ ୧୬ ବର୍ଷର ନାବାଳିକାକୁ ଅପହରଣ ପରେ ଚଳନ୍ତା କାରରେ ଗଣ ବଳାତ୍କାର ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ନାବାଳିକାର ଘର ପାଖରେ ୧୬ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିଲା । ପରେ ଚଳନ୍ତା କାରରେ ଦୁଷ୍କର୍ମ କରାଯାଇଥିଲା ।

ତେବେ ଏତେ ପାଖରେ ଏମିତି ଘଟଣା ଘଟିଥିଲେ ସୁଦ୍ଧା କେହି ଟେର୍ ପାଇନଥିଲେ । କାରଣ ଅଭିଯୁକ୍ତମାନେ ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାରରୁ ଉତ୍ତରପ୍ରଦେଶର ଗାଜିଆବାଦ ପର୍ଯ୍ୟନ୍ତ ପ୍ରାୟ ୪୪ କିଲୋମିଟର ପର୍ଯ୍ୟନ୍ତ କାର ଚଳାଇ ଏପରି ନାରକୀୟ କାଣ୍ଡ ଘଟାଇଥିଲେ । ନାବାଳିକାର ଘର ପାଖରେ ତିନି ଅଭିଯୁକ୍ତଙ୍କୁ ଏହି ଘଟଣାରେ ଗିରଫ କରଯାଇଛି ।

ନାବାଳିକା ନିଜ ବୟାନରେ କହିଛନ୍ତି ୬ ଜୁଲାଇରେ ନିଜ ସାଙ୍ଗମାନଙ୍କ ଘରକୁ ଫେରୁଥିଲେ, ସନ୍ଧ୍ୟାରେ ବସନ୍ତ ବିହାର ବଜାର ନିକଟରେ ଦୁଇଜଣ ଅଭିଯୁକ୍ତଙ୍କ ସହ ଭେଟ ହୋଇଥିଲା । କିଛି ସମୟ ପରେ ବଜାର ଯାଉଥିବା ସମୟରେ ଆଉ କିଛି ଅଭିଯୁକ୍ତ ନେଇ ଆସିଥିଲେ । ସାଙ୍ଗରେ କାର ବି ଆଣିଥିଲେ ।

ନାବାଳିକା ଜଣଙ୍କ ଅଭିଯୋଗ ଲଗାଇଛନ୍ତି ଅଭିଯୁକ୍ତ ଅଭିଯୁକ୍ତମାନେ ଜୋର ଜବରଦସ୍ତ ନିଶା ପିଆଇବା ସହ କାରରେ ଉଠାଇ ନେଇଥିଲେ । ଏହା ପରେ ଅଭିଯୁକ୍ତମାନେ ଜଣଙ୍କ ପରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏତିକେ ମନ ବୁଝିନଥିଲା ଯେ, ମାର ପିଟ୍ କରିବାନକୁ ପଛାଇ ନଥିଲେ । ଏହି ଘଟଣା ସବୁ ଚଳନ୍ତା କାରରେ ଘଟିଥିଲା ।

ତେବେ ଏହି ଘଟଣା ସବୁର ଭିଡିଓ କରିଥିଲେ ।ନାବାଳିକାର ଅବସ୍ଥା ଗୁରୁତର ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ହେବାର ଦୁଇଜିନ ପରେ ପୋଲିସ ଘଟମା ସମ୍ପର୍କରେ ଜାଣିବାକୁ ପାଇଥିଲା । ନାବାଳିକାର ବୟାନ ଆଧାରରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Related posts

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

Odisha Halchal

ବିଷ ଦେଇ ମାରିଦେଲେ ପାଞ୍ଚ ମାଙ୍କଡ

Odisha Halchal

ବରଯାତ୍ରୀ ନାଚୁଥିବା ବେଳେ ବଡ଼ ଅଘଟଣ

Odisha Halchal

Leave a Comment