ଓଡ଼ିଶା ଖବରନ୍ୟୁଜ୍

ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ନବମ ଓ ଦଶମ ପର୍ଯ୍ୟାୟରେ ପହଞ୍ଚିଲା ୧୦୩ ଖଣ୍ଡ କାଠ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣର ଆଜି ପଞ୍ଚମ ଦିନରେ ବିଶ୍ୱକର୍ମା, ଭୋଇ ଓ କରତି ସେବାୟତ ମାନେ ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ସମୁଦାୟ ୫୦ ଜଣ ସେବାୟତ ଆଜି ରଥ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ତିନିରଥ ପାଇଁ ୪୨ଟି ତୁମ୍ଵର ଆବଶ୍ୟକତା ଥିବାବେଳେ ୩୦ଟି ତୁମ୍ବ ବୋଳା କାର୍ଯ୍ୟ ସରିଛି । କରତିଆ ସେବାୟତ ମାନେ ରଥ କାଠକୁ ତୁମ୍ବ ଆକାରରେ ମେସିନ୍ ସାହାଯ୍ୟରେ ଚିରଟ କାର୍ଯ୍ୟ କରୁଥିବା ବେଳେ ତିନିରଥ ପାଇଁ ମହାରଣା ମାନେ ୩୦ ଟି ତୁମ୍ବ କାର୍ଯ୍ୟ ସାରିଛନ୍ତି। ଆସନ୍ତାକାଲି ସୁଦ୍ଧା ସମସ୍ତ ତୁମ୍ବ କାର୍ଯ୍ୟ ସାରିବା ପରେ ବିଧି ଅନୁଯାୟୀ ରଥ ନିର୍ମାର ସପ୍ତମ ଦିନ ଅର୍ଥାତ୍ ୯ ତାରିଖରେ ତୁମ୍ବରେ ସୂତା ବାଡିଆ କାର୍ଯ୍ୟର ଅନୁକୂଳ ହେବ ବୋଲି ମୁଖ୍ୟ ବିଶ୍ଵକର୍ମା କହିଛନ୍ତି ।‌

ସେପଟେ ରଥ ନିର୍ମାଣ ପାଇଁ ନବମ ଓ ଦଶମ ପର୍ଯ୍ୟାୟରେ ପୁରୀରେ ୧୦୩ ଖଣ୍ଡ ରଥକାଠ ଆସି ପହଞ୍ଚିଛି ।‌ ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷ ୮୦ ଖଣ୍ଡ କାଠ ପ୍ରଶାସନ ପାଖରେ ଗଛିତ ରହିଛି। ଏବେ ସମୁଦାୟ ୭୧୯ ଖଣ୍ଡ ରଥକାଠ ପ୍ରଶାସନ ପାଖରେ ମହଜୁଦ ଥିବାବେଳେ ଖୁବଶୀଘ୍ର ୧୪୬ ଖଣ୍ଡ ରଥକାଠ ପୁରୀରେ ପହଞ୍ଚିଯିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି।

ସେହିପରି ଆଜି ରଥ ନିର୍ମାଣ କାର୍ଯ୍ୟରେ ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବକଙ୍କୁ ମିଶାଇ ସମୁଦାୟ ୫୦ ଜଣ କାରିଗର ରଥଖଳାରେ କାର୍ଯ୍ୟ କରୁଥିବା ବେଳେ ଆଗକୁ ଏହି ସଂଖ୍ୟା ବଢିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି।

Related posts

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ଚୋରା ମଦ ଜବତ

Odisha Halchal

କେଉଁ ପଇସାରେ ନବୀନ ପଟ୍ଟନାୟକ ଇଟାଲୀ ଯାଇଥିଲେ?

Odisha Halchal

ବରିଷ୍ଠ କଳାକାର ସଂଘର ପ୍ରଥମ ବାର୍ଷିକ ଉତ୍ସବ

Odisha Halchal

Leave a Comment