ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଯୁଦ୍ଧ ମଧ୍ୟରେ ଋଷରେ ବଢ଼ିଲା କଣ୍ଡୋମର ବିକ୍ରି, ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍

ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଯାହା ଫଳରେ ବିଶ୍ୱର ଆର୍ଥିକ ଗତିବିଧି ଉପରେ ବହୁତ ଖରାପ ପ୍ରଭାବ ପକାଉଛି । କିନ୍ତୁ ଇତି ମଧ୍ୟରେ ଋଷରେ କଣ୍ଡୋମର ବିକ୍ରି (Condom Sale) ରେ ୧୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ବ୍ରିଟେନର ଏକ ଖବରକାଗଜ ରିପୋର୍ଟରେ ଏହି ସୂଚନା ସାମ୍ନାକୁ ଆସିଛି । ଯୁଦ୍ଧର ମାହୌଲ ମଧ୍ୟରେ ଋଷରେ କଣ୍ଡୋମ ବିକ୍ରିରେ ଏହି ଅଭିବୃଦ୍ଧିର କାରଣ କ’ଣ ଆସନ୍ତୁ ଜାଣିବା…

ୟୁକ୍ରେନ (Ukraine) ଉପରେ ଋଷ (Russia) ର ଆକ୍ରମଣ ପରେ ଆମେରିକା (America) ଓ ଅନେକ ପାଶ୍ଚାତ୍ୟ ଦେଶ (Western Countries) ଋଷ ଉପରେ ଅନେକ ପ୍ରକାରର ଅର୍ଥନୈତିକ ପ୍ରତିବନ୍ଧକ (Economic Sanctions) ଲଗାଇଛନ୍ତି । ଏହି କାରଣରୁ ଋଷରେ ଏକ ଆଶଙ୍କା ରହିଛି ଯେ ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁଁ ଦେଶରେ କଣ୍ଡୋମ (Condom) ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇପାରେ ଓ କେବଳ ଏହା ନୁହେଁ, ସେଠାରେ କଣ୍ଡୋମ ଅଭାବ ମଧ୍ୟ ହୋଇପାରେ ।

ଋଷ (Russia) ରେ କଣ୍ଡୋମ (Condom) ବିକ୍ରିରେ ଏହି ବୃଦ୍ଧି ଏପରି ସମୟରେ ଘଟିଛି ଯେଉଁ ସମୟରେ ଡ୍ୟୁରେକ୍ସ (Durex) ଏବଂ ଅନ୍ୟାନ୍ୟ ବ୍ରାଣ୍ଡ ନାମରେ କଣ୍ଡୋମ ତିଆରି କରୁଥିବା ବ୍ରିଟିଶ କମ୍ପାନୀ ରେକିଟ  (Reckitt) ଦେଶରେ ବ୍ୟବସାୟ ଜାରି ରଖିଛି ।

ଋଷର ସର୍ବବୃହତ ଅନଲାଇନ୍ ରିଟେଲର ୱାଇଲ୍ଡବେରୀ (Wildberries) କହିଛି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚର ପ୍ରଥମ ଦୁଇ ସପ୍ତାହରେ କଣ୍ଡୋମ ବିକ୍ରି ୧୭୦ ପ୍ରତିଶତ ବୃଦ୍ଧି ପାଇଛି । ଦେଶର ବୃହତ୍ତମ ଫାର୍ମାସି ଚେନ୍ ୩୬.୬ PJSC ବିକ୍ରିରେ ୨୬ ପ୍ରତିଶତ ବୃଦ୍ଧି ଘଟିଛି ବୋଲି କହିଛି । ଆରବିସିର ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ତୁଳନାରେ ଔଷଧ ଦୋକାନୀଙ୍କ ଦ୍ୱାରା କଣ୍ଡୋମ ବିକ୍ରି ୩୨ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହିତ ସୁପରମାର୍କେଟ ନିଜର ବିକ୍ରି ୩୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି କହିଛି ।

Related posts

ସାଇବର ଠକେଇରେ ସମ୍ପୃକ୍ତି ଥିବା ଜଣେ ଯୁବକ ଗିରଫ

Odisha Halchal

କିଆରାଙ୍କ ସହ ସମୟ ବିତାଇବାକୁ ବାହାନା ଖୋଜୁଛନ୍ତି ସିଦ୍ଧାର୍ଥ

Odisha Halchal

ଚାକିରି ଦେବା ନାଁରେ ୧୫୦ ଜଣଙ୍କୁ ଠକେଇ

Odisha Halchal

Leave a Comment