ଅପରାଧଓଡ଼ିଶା ଖବରନ୍ୟୁଜ୍

ମୋବାଇଲ ଚୋରିରୁ କ୍ୟାରିୟର ଆରମ୍ଭ

ମୋବାଇଲ ଚୋରିରୁ କ୍ୟାରିୟର ଆରମ୍ଭ

ପଂଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପୋଲିସ ଲଗାତାର ଅଭିଯୁକ୍ତମାନଙ୍କୁ ଗିରଫ କରିଚାଲିଛି । ସୋନୀପଥର ସିରସା ନିବାସୀ ଅଙ୍କିତକୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଶୁଟର ଅଙ୍କିତ ଦଶମ ଶ୍ରେଣୀରେ ଫେଲ ହୋଇଥିଲା । ଆରମ୍ଭରୁ ପାଠ ପଢ଼ିବା ପ୍ରତି ତାର ଆଗ୍ରହ ନଥିଲା । ଅଙ୍କିତ ପରିବାରରେ ସବା କନିଷ୍ଠ ଥିଲା । ତା’ଠାରୁ ୪ ଜଣ ଭାଇ ଓ ଜଣେ ଭଉଣୀ ବଡ଼ ଅଛନ୍ତି । ପରିବାର ଲୋକଙ୍କ କଥା ସେ ଶୁଣୁ ନଥିଲା ଏବଂ ବିଗତ ୩ ମାସ ହେଲା ଘରକୁ ଯାଇନାହିଁ ।

୧୯ ବର୍ଷୀୟ ଅଙ୍କିତ ବହୁତ କମ ବୟସରୁ ଅପରାଧ ଦୁନିଆ ସହିତ ଜଡ଼ିତ ହୋଇଯାଇଥିଲା । ଦଶମ ଶ୍ରେଣୀ ଫେଲ ହୋଇଯିବା ପରେ ଯେତେବେଳେ କରୋନା ପାଇଁ ଲକଡାଉନ ଆରମ୍ଭ ହୋଇଥିଲା, ସେହି ସମୟରେ କରାଖାନାରେ କାମ କରୁ ଥିଲା । ଅଙ୍କିତର ପିତା-ମା’ ମଧ୍ୟ କାରଖାନାରେ କାମ କରନ୍ତି । ସେ ନିଜ ସଂପର୍କୀୟଙ୍କ ଘରକୁ ଯାଇ ଏକ ମୋବାଇଲ ଚୋରି କରିଥିଲା । ଅଙ୍କିତ ୧୮ ବର୍ଷ ବୟସରୁ ପୋଲିସର ଟାର୍ଗେଟରେ ଥିଲା ।

ପୋଲିସ ଜାଣିବାକୁ ପାଇଥିଲା ଯେ, ସୋନିପଥ ନିବାସୀ ଅଙ୍କିତ, ପ୍ରିୟବ୍ରତ ଫୌଜୀଙ୍କ ସହିତ ଥିଲା । ସେ ଦୁଇ ହାତରେ ଅତି ନିକଟରୁ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରିଥିଲା । କିନ୍ତୁ ଅଙ୍କିତ ଏକ ବର୍ଷ ପୂର୍ବରୁ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍କ ସଂପର୍କରେ ଆସିଥିଲା । ଏହା ପରେ ସେ ରାଜସ୍ଥାନରେ ସେ ୨ ଟି ଅପରାଧିକ ଘଟଣା ସହି ସଂପୃକ୍ତ ଥିଲା ।

Related posts

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅକାଳ ପିଣ୍ଟୁ ନନ୍ଦଙ୍କ ବିୟୋଗ

Odisha Halchal

ଶିଶୁ ଶ୍ରମିକ ଉଦ୍ଧାର

Odisha Halchal

କଣ୍ଟାମାଳ ଲୋକ ମହୋତ୍ସବ ଉଦଯାପିତ

Odisha Halchal

Leave a Comment