ଦେଶ ବିଦେଶନ୍ୟୁଜ୍

ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ

ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ

ଯଦି ଆପଣଙ୍କର ମେ’ ମାସରେ କିଛି ବ୍ୟାଙ୍କ କାମ ଅଛି ତେବେ ସେଥିପାଇଁ ଏବେଠୁ ପ୍ଲାନିଂ କରନ୍ତୁ । କାରଣ ଯେମିତି ଆପଣଙ୍କୁ କିଛି ସମସ୍ୟା ହେବନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି ।

ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ । ଏହି ଛୁଟି ରାଜ୍ୟ ଏବଂ ସେଠାକାର ପର୍ବପର୍ବାଣୀ ହିସାହରେ ଭିନ୍ନ ଭିନ୍ନ ହୋଇପାରେ । ବ୍ୟାଙ୍କର ଛୁଟି ତାଲିକା ଆରବିଆଇ ତରଫରୁ ୪ଟି ଆଧାରରେ ଜାରି କରାଯାଇଥାଏ । ଏହି ତାଲିକା ଦେଶବ୍ୟାପୀ ପାଳନ ହେଉଥିବା ପର୍ବପର୍ବାଣୀ ଏବଂ ରାଜ୍ୟ ହିସାବରେ ହୋଇଥାଏ ।

ରାଷ୍ଟ୍ରୀୟ ଛୁଟି ବ୍ୟତୀତ ରାଜ୍ୟ ହିସାବରେ କିଛି ଛୁଟି ରହିଥାଏ । ରିପୋର୍ଟ ଅନୁସାରେ ମେ’ ମାସରେ ଅଲଗା ଅଲଗା ଜୋନ୍‌ରେ ମୋଟ୍ ୩୧ ଦିନରୁ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ ।

ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି ଯେ, ମେ’ ମାସରେ ବ୍ୟାଙ୍କ ଯିବା ପୂର୍ବରୁ ସବୁ ଛୁଟି ଗୁଡିକୁ ଧ୍ୟାନରେ ରଖିବା ଉଚିତ ।

ମେ’ ମାସରେ ବ୍ୟାଙ୍କ ଛୁଟିର ତାଲିକା :

୧ ମେ’ ୨୦୧୧ – ଶ୍ରମ ଦିବସ / ମହାରାଷ୍ଟ୍ର ଦିବସ । ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏହି ଦିନ ରବିବାର ପାଇଁ ମଧ୍ୟ ଛୁଟି ରହିବ ।

୨ ମେ’ ୨୦୨୨ – ମହର୍ଷି ପର୍ଶୁରାମ ଜୟନ୍ତୀ । ଅନେକ ରାଜ୍ୟରେ ଛୁଟି ।

୩ ମେ’ ୨୦୨୨ – ଇଦ୍-ଉଲ୍-ଫିତର, ବସଓ୍ବା ଜୟନ୍ତୀ (କର୍ଣ୍ଣାଟକ) ।

୪ ମେ’ ୨୦୨୨ – ଇଦ୍-ଉଲ୍-ଫିତର (ତେଲେଙ୍ଗାନା) ।

୯ ମେ’ ୨୦୨୨ – ଗୁରୁ ରବୀନ୍ଦ୍ରନାଥ ଜୟନ୍ତୀ (ପଶ୍ଚିମବଙ୍ଗ ଏବଂ ତ୍ରିପୁରା) ।

୧୪ ମେ’ ୨୦୨୨ – ଦ୍ବିତୀୟ ଶନିବାର ବ୍ୟାଙ୍କ ଛୁଟି ।

୧୬ ମେ’ ୨୦୨୨ – ବୁଧ ପୂର୍ଣ୍ଣିମା ।

୨୪ ମେ’ ୨୦୨୨ – କାଜୀ ନଜାରୁଲ ଇସମାଲ ଜନ୍ମଦିନ (ସିକ୍କିମ) ।

୨୮ ମେ’ ୨୦୨୨ – ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ।

ମେ’ ମାସରେ ସପ୍ତାହାନ୍ତ ବ୍ୟାଙ୍କ ଛୁଟିଦିନ ତାଲିକା :

୧ ମେ’ ୨୦୨୨ – ରବିବାର ।

୮ ମେ’ ୨୦୨୨ – ରବିବାର ।

୧୫ ମେ’ ୨୦୨୨ – ରବିବାର ।

୨୨ ମେ’ ୨୦୨୨ – ରବିବାର ।

୨୯ ମେ’ ୨୦୨୨ – ରବିବାର ।

Related posts

ରାଜ୍ୟପାଳ ପୁରସ୍କାର ପାଇଲେ ଜିଲ୍ଲା ଶିକ୍ଷାଧିକାରୀ

Odisha Halchal

ମଧ୍ୟରାତ୍ରିରେ ଘଟିଛି ବହୁତ ବଡ଼ ଦୁର୍ଘଟଣା

Odisha Halchal

ସୋନାକ୍ଷୀ ସିହ୍ନା ସେୟାର କଲେ ନିର୍ବନ୍ଧର ଫଟୋ

Odisha Halchal

Leave a Comment