ଅପରାଧଦେଶ ବିଦେଶନ୍ୟୁଜ୍

ମୁସେୱାଲାଙ୍କୁ ହତ୍ୟା କରାଇଥିବା ସ୍ୱୀକାର କଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ମୁସେୱାଲାଙ୍କୁ ହତ୍ୟା କରାଇଥିବା ସ୍ୱୀକାର କଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ସିଙ୍ଗରରୁ ରାଜନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କୁ ନର୍ମମ ଭାବେ ହତ୍ୟା କରିବା ପଛରେ ରହିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ସେ ତିହାର ଜେଲରେ ରହି ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଜେରା ବେଳେ ନିଜେ ଲରେନ୍ସ ଏହା ସ୍ୱୀକାର କରିଛି। ମୁସେୱାଲାଙ୍କ ହତ୍ୟା ପଛରେ ଲରେନ୍ସର ହାତ ଥିବା ସନ୍ଦେହ କରାଯାଉଥିଲା।

ଏହାପରେ ଦିଲ୍ଲୀ ପୁଲିସ୍‌ ତା’କୁ ଜେରା କରିଥିଲେ। ଜେରା ବେଳେ ସେ କହିଛି ଯେ “ହଁ, ମୁଁ ମୁସେୱାଲାଙ୍କୁ ହତ୍ୟା କରେଇଛି।” ଏହାର ଅର୍ଥ ଜେଲ ଭିତରେ ରହି ଲରେନ୍ସ ତା’ ଗ୍ୟାଙ୍ଗ ସହ ନିୟମିତ ଯୋଗାଯୋଗରେ ଥିଲା। ଏହାପରେ ତା’ ନିର୍ଦ୍ଦେଶରେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ହିଁ ମୁସେୱାଲାଙ୍କୁ ହତ୍ୟା କରିଥିଲେ।

ଅନ୍ୟପକ୍ଷରେ ମୁସେୱାଲଙ୍କ ହତ୍ୟା ଘଟଣାରେ ପଞ୍ଜାବ ପୁଲିସ ହରିଆଣାର ଭିରଦାନା ଗାଁରେ ରେଡ୍‌ କରି ୨ ଜଣ ଯୁବକଙ୍କୁ ଉଠାଇ ଆଣିଛି। ଦୁଇ ଯୁବକ ହେଲେ ପବନ ବିଷ୍ଣୋଇ ଓ ଖାନ। ମୁସେୱାଲାଙ୍କୁ ଗୁଳି କରିବା ପାଇଁ ବ୍ୟବହୃତ ହୋଇଥିବା ବୋଲେର ଗାଡ଼ି ଯୋଗାଇ ଦେବା ପଛରେ ପବନ ଓ ଖାନ ସକ୍ରିୟ ଭୂମିକା ଗ୍ରହଣ କରିଥିବା ପୁଲିସ ଜାଣିବାକୁ ପାଇଛି।

ମେ’ ୨୯ ତାରିଖରେ ପଞ୍ଜାବର ମାନସାରେ ସିଦ୍ଧୁ ମୁସେୱାଲାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ମୁସେୱାଲାଙ୍କ ମୃତ୍ୟୁ ପରେ ତିହାର ଜେଲେରେ ଥିବା ଲରେନ୍ସ ନିଜ ଓକିଲଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେ ତା’ ଆବେଦନରେ କହିଥିଲା ଯେ ପଞ୍ଜାବ ଓ ଚଣ୍ଡିଗଡ଼ରେ ପୁଲିସ୍‌ ତା’ ବିରୋଧରେ ଅନେକ ମିଥ୍ୟା କେସ୍‌ ରୁଜୁ କରିଛି। ଆଗାମୀ ଦିନରେ ପଞ୍ଜାବ ପୁଲିସ୍‌ ତା’କୁ ଏନକାଉଣ୍ଟର କରି ଦେଇପାରେ। ଏଥିପାଇଁ ଲରେନ୍ସ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସୁରକ୍ଷା ଲୋଡ଼ିଥିଲା।

ମୁସେୱାଲାଙ୍କୁ ହତ୍ୟା କରାଯିବା ପରେ କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏଥିପାଇଁ ନିଜକୁ ଦାୟୀ କରିଥିଲା। ବ୍ରାର ଜେଲରେ ଥିବା ଲରେନ୍ସର ସହଯୋଗୀ। ତେଣୁ ପୁଲିସ୍‌ର ସନ୍ଦେହ ଲରେନ୍ସ ଆଡ଼କୁ ଯାଇଥିଲା। ବ୍ରାର କହିଥିଲା ଯେ ଭିକି ମୁଦ୍ଦୁଖେରାଙ୍କ ମୃତ୍ୟୁରେ ମୁସେୱାଲାଙ୍କ ହାତ ରହିଥିଲା। ତଥାପି ପୁଲିସ୍ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହାର ବଦଲା ନେବାକୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବା ବ୍ରାର ଦାବି କରିଥିଲା।

Related posts

୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ

Odisha Halchal

ରାଷ୍ଟ୍ରପତି ନିର୍ବାଚନରେ ସତ୍ୟେନ୍ଦ୍ର ଜୈନ ଓ ସନୀ ଦେଓଲ ସମେତ ୧୩ ସଦସ୍ୟ ଭୋଟ ଦେଲେନି

Odisha Halchal

ସର୍ବନିମ୍ନ ଜିଏସ୍‌ଟି ୮% ହେବ ତିନି ଥାକିଆ ଜିଏସ୍‌ଟି ବ୍ୟବସ୍ଥା ଆସିବ

Odisha Halchal

Leave a Comment