ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମୁଦ୍ରାସ୍ପିତି ବୃଦ୍ଧିକୁ ନେଇ ଆକ୍ସନରେ ମୋଦି ସରକାର, ଜାଣନ୍ତୁ ମୂଲ୍ୟ ବୃଦ୍ଧିରୁ କେବେ ମିଳିବ ଆଶ୍ୱସ୍ତି

ମୁଦ୍ରାସ୍ପିତି ବୃଦ୍ଧିକୁ ନେଇ ଆକ୍ସନରେ ମୋଦି ସରକାର, ଜାଣନ୍ତୁ ମୂଲ୍ୟ ବୃଦ୍ଧିରୁ କେବେ ମିଳିବ ଆଶ୍ୱସ୍ତି

ରେକର୍ଡ ମୁଦ୍ରାସ୍ପିତି ବୃଦ୍ଧି କେନ୍ଦ୍ରର ମୋଦି ସରକାରଙ୍କୁ ଆକ୍ସନ ନେବାକୁ ବାଧ୍ୟ କରିଛି। କେନ୍ଦ୍ର ସରକାର ରୁଟି ଓ ଛାତକୁ ଏବେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଲାଗି ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। କେବଳ ଏତିକି ନୁହେଁ ସୋୟାବିନ ଓ ସନଫ୍ଲାୱାର ଅଏଲ ଆମଦାନୀକୁ ମଧ୍ୟ ୨ ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ କରିଛନ୍ତି। ସେହିପରି ଗୃହ ନିର୍ମାଣ ଖର୍ଚ୍ଚ ନିୟନ୍ତ୍ରଣ ଲାଗି ଷ୍ଟିଲର ଆମଦାନୀ ଶୁଳ୍କ ମଧ୍ୟ ଛାଡ କରିଛନ୍ତି।

ଏଥିରୁ ରେକର୍ଡ ସ୍ତରକୁ ପହଞ୍ଚିଥିବା ମୁଦ୍ରାସ୍ପିତି ନିୟନ୍ତ୍ରିତ ହେବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ସରକାରଙ୍କ ପଦକ୍ଷେପ କେତେ ସଫଳ ଓ ବଜାରରେ ଏହାର ପ୍ରଭାବ କେବେ ଅନୁଭୂତ ହେବ ଏବେ ଏହା ହିଁ ସମସ୍ତଙ୍କର ଅପେକ୍ଷା। ବାସ୍ତବରେ ଏପ୍ରିଲ ମାସର ମୁଦ୍ରାସ୍ପିତି ହାର ସରକାରଙ୍କ ଆଗରେ ନୂଆ ସମସ୍ୟା ଛିଡା କରିଥିଲା। ଗୋଟିଏ ପଟେ ଖୁଚୁରା ମୁଦ୍ରାସ୍ପିତି ହାର ୮ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଥିବା ବେଳେ ଯାହା ବଳକା ଥିଲା ତାକୁ ପାଇକାରୀ ମୁଦ୍ରାସ୍ପିତି ଭରଣା କରିଦେଇଥିଲା। ଫଳରେ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ପିତି ୭.୭୯ ପ୍ରତିଶତକୁ ପହଞ୍ଚିଥିବା ବେଳେ ପାଇକାରୀ ମୁଦ୍ରାସ୍ପିତି ୧୫.୦୮ ପ୍ରତିଶତକୁ ପହଞ୍ଚି ଯାଇଛି।

ମୂଲ୍ୟବୃଦ୍ଧି କେତେ ଗୁରୁତର ତାହା ଖାଦ୍ୟାନ୍ନ ଦରରୁ ଯେ କେହିବି ଅନୁମାନ କରିପାରିବ। ତେଲ ଓ ଘିଅର ମୁଦ୍ରାସ୍ପିତି ୧୭.୨୮ ପ୍ରତିଶତକୁ ଛୁଇଁଥିବା ବେଳେ ପନିପରିବା ମୁଦ୍ରାସ୍ପିତି ୧୫.୪୧ ପ୍ରତିଶତକୁ ପହଞ୍ଚିଥିଲା। ପରିସ୍ଥିତି ଏତେ ଅନିୟନ୍ତ୍ରିତ ହୋଇପଡିଥିଲା ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରାନୀତି ସମୀକ୍ଷା କରିବା ପୂର୍ବରୁ ରେପୋ ହାରକୁ ୦.୪୦ ପ୍ରତିଶତ ବୃଦ୍ଧି ଘୋଷଣା କରିବାକୁ ପଡିଥିଲା। ଫଳରେ ବଜାରରେ ଚାହିଦା ଓ ଯୋଗାଣକୁ ସନ୍ତୁଳିତ କରାଯାଇପାରିଥିଲା।

ବଜାରରେ କେବେ ଅନୁଭୂତ ହେବ ପ୍ରଭାବ କୋଟାକ ମନି ମାର୍କେଟର ୨୩ ମେ ରିପୋର୍ଟ ଅନୁସାରେ ସରକାରଙ୍କ ପଦକ୍ଷେପର ପ୍ରଭାବ ଖୁବ୍ ଶୀଘ୍ର ବଜାରରେ ଅନୁଭୂତ ହେବ। ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ ଯୋଗୁ ମୁଦ୍ରାସ୍ପିତି ହାରରେ ୦.୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଅନୁଭୂତ ହୋଇପାରେ। ସେହିପରି ଷ୍ଟିଲ ଓ ପ୍ଲାଷ୍ଟିକ୍ କଞ୍ଚାମାଲ ଆମଦାନୀ ଶୁଳ୍କ ହ୍ରାସ ଯୋଗୁ ମୁଦ୍ରାସ୍ପିତି ହାରରେ ୦.୨୪ ପ୍ରତିସତ ହ୍ରାସ ଅନୁଭୂତ ହୋଇପାରେ। ଏହିପରି ସରକାରଙ୍କ ସାମଗ୍ରୀକ ପଦକ୍ଷେପକୁ ଆକଳନ କଲେ ୨୦୨୨-୨୩ରେ ଖୁଚୁରାମୁଦ୍ରାସ୍ପିତ ହାର ୬.୪ ପ୍ରତିଶତ ସ୍ତରକୁ ହ୍ରାସ ହୋଇପାରେ ବୋଲି ଆକଳନ କରାଯାଉଛି।

ଅପରପକ୍ଷେ ମୁଦ୍ରାସ୍ପିତି ନିୟନ୍ତ୍ରଣ ଲାଗି ସରକାରଙ୍କ ପଦକ୍ଷେପ ଯୋଗୁ ରାଜକୋଷ ଉପରେ ମଧ୍ୟ ବଡ଼ ପ୍ରଭାବ ପଡିପାରେ। ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ ଯୋଗୁ ବାର୍ଷିକ ୧ଲକ୍ଷ କୋଟି ଟଙ୍କାର ରାଜସ୍ୱ ହ୍ରାସର ସମ୍ମୁଖୀନ ହେବାକୁ ପଡିବ। କେବଳ ଏତିକି ନୁହେଁ ଏଲପିଜି ଦରରେ ୨୦୦ ଟଙ୍କା ସବସିଡି ବାର୍ଷିକ ୬୧ ଅରବ ଟଙ୍କା ରାଜସ୍ୱହାନୀ ହେବ।

Related posts

ଅଚେତ ଅବସ୍ଥାରେ ନାବାଳିକା କଲେଜ ଛାତ୍ରୀ ଉଦ୍ଧାର

Odisha Halchal

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

Odisha Halchal

ଚିତାବାଘ ଚମଡ଼ା ଜବତ

Odisha Halchal

Leave a Comment