ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ମିସ୍ ଇଣ୍ଡିଆ-୨୦୨୨: ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସିନୀ ଶେଟ୍ଟୀ ଜିତିଲେ ଟାଇଟଲ୍

ମିସ୍ ଇଣ୍ଡିଆ-୨୦୨୨ ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସିନୀ ଶେଟ୍ଟୀ ଜିତିଲେ ଟାଇଟଲ୍

ଭାରତକୁ ଚଳିତ ବର୍ଷ ନିଜର ମିସ୍ ଇଣ୍ଡିଆ ମିଳିଯାଇଛି । ସିନୀ ଶେଟ୍ଟୀ ମିସ ଇଣ୍ଡିଆ ମୁକୁଟ ପିନ୍ଧିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୩୧ ଜଣ ଫାଇନାଲିଷ୍ଟକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି । ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର ଓ ଉତ୍ତର ପ୍ରଦେଶର ଶିନାତା ଚୌହାନଙ୍କୁ ଦ୍ୱିତୀୟ ରନର ଘୋଷିତ କରାଯାଇଛି ।

ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ ମିସ ଇଣ୍ଡିଆର ଏହି ପ୍ରତିଯୋଗିତା କଠିନ ଥିଲା । ମୁକାବିଲା ଏତେ କଠିନ ଥିଲା ଯେ, ୬ ଜଣ ଜଜଙ୍କୁ ନେଇ ଗଠିତ ପ୍ୟାନେଲ ତମାମ ବିନ୍ଦୁକୁ ଧ୍ୟାନ ରଖି ବିଜେତାକୁ ଚୟନ କରିଥିଲେ । ଏଥର ଜଜ ପ୍ୟାନେଲରେ ମଲାଇକା ଅରୋରା, ନେହା ଧୂପିଆ, ଡିନୋ ମେରିୟା, ରାହୁଲ ଖନ୍ନା, ରୋହିତ ଗାନ୍ଧୀ ଓ ଶାମକ ଡାବର ସାମିଲ ଥିଲେ । ଏହା ବ୍ୟତୀତ ଅନେକ ବଲିଉଡ ହସ୍ତୀ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କୃତି ସେନନଙ୍କ ଠାରୁ ନେଇ ଅନ୍ୟ ଅଭିନେତ୍ରୀମାନେ ରେଡ କାର୍ପେଟରେ ନିଜକୁ ଉପସ୍ଥାପିତ କରିଥିଲେ । ନେହା ଧୂପିଆଙ୍କ ପାଇ ଏହିଦିନଟି ସ୍ମରଣୀୟ ଥିଲା, କାରଣ ସେ ମିସ ଇଣ୍ଡିଆ ମୁକୁଟ ପିନ୍ଧିବାକୁ ୨୦ ବର୍ଷ ପୂରା ହୋଇଥିଲା ।

ଏଥର ମିସ ଇଣ୍ଡିଆ ଫିନାଲେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନଶନ ସେଣ୍ଟରରେ ଆୟୋଜିତ ହୋଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ନିଜକୁ ଆକର୍ଷଣୀୟ ଭାବେ ଉପସ୍ଥାପିତ କରିଥିଲେ । କିନ୍ତୁ ଏହି ଦୌଡ଼ରେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ ସିନୀ ଶେଟ୍ଟୀ । ସିନୀ କହିଛନ୍ତି ଯେ, ସେ ଏବେ ଚାଟେର୍ଡ ଫାଇନାନସିଆଲ ଆନାଲିଷ୍ଟ କୋର୍ସ କରୁଛନ୍ତି । ତାଙ୍କୁ ନାଚିବାକୁ ମଧ୍ୟ ଭଲ ଲାଗେ । ସେ ଭାରତନାଟ୍ୟମ ମଧ୍ୟ ଶିଖିଛନ୍ତି । ସେ ୪ ବର୍ଷ ବୟସରୁ ନାଚିବା ଆରମ୍ଭ କରିଦେଇଥିଲେ । ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସେ ଅନେକ ଷ୍ଟେଜରେ ପ୍ରସ୍ତୁତି ଦେଇଛନ୍ତି । ସେ ଯଦିଓ କର୍ଣ୍ଣାଟକ ମୂଳ ନିବାସୀ, କିନ୍ତୁ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।

Related posts

୧୯୨ତମ ସାବିତ୍ରୀ ବାଇ ଫୁଲେଙ୍କ ଙ୍କ ଜୟନ୍ତୀ ମହାସମାରୋହ l

Odisha Halchal

ଗ୍ଲାମରସ୍‌ ୱାର୍ଲ୍ଡରେ ଏଣ୍ଟ୍ରି କରୁ କରୁ ବଦଳି ଗଲା ଷ୍ଟାରକିଡ୍‌ଙ୍କ ଲୁକ୍‌

Odisha Halchal

ଡାବୁଗାଁ ବିଧାୟକ ଙ୍କୁ କ୍ଲିନ୍ ଚିଟ୍

Odisha Halchal

Leave a Comment