ଦେଶ ବିଦେଶନ୍ୟୁଜ୍

ମାର୍ଚ୍ଚ ସୁଦ୍ଧା ଶେଷ ହେବ IDBI ବ୍ୟାଙ୍କ ସହ ୩ କମ୍ପାନିର ବିକ୍ରି ! ସରକାରଙ୍କ ରହିଛି ଏହି ଯୋଜନା

ମାର୍ଚ୍ଚ ସୁଦ୍ଧା ଶେଷ ହେବ IDBI ବ୍ୟାଙ୍କ ସହ ୩ କମ୍ପାନିର ବିକ୍ରି ! ସରକାରଙ୍କ ରହିଛି ଏହି ଯୋଜନା

ଚଳିତ ଆର୍ଥିକ ବର୍ଷର ଶେଷ ମାସ ଅର୍ଥାତ ୨୦୨୩ ମାର୍ଚ୍ଚ ସୁଦ୍ଧା ସରକାରୀ କମ୍ପାନି ଆଇଡିବିଆଇ ବ୍ୟାଙ୍କ ସହ ୩ କମ୍ପାନିର ବିକ୍ରି ହେବାର ସମ୍ଭାବନା ରହିଛି। ଏଥିରେ ଶିପିଂ କର୍ପୋରେସନ ଅଫ୍ ଇଣ୍ଡିଆ ଏବଂ ବିଇଏମଏଲ ଲିମିଟେଡର ବିକ୍ରି ସାମିଲ ରହିଛି।

ଏହି କମ୍ପାନି ମଧ୍ୟ ଅଛନ୍ତି ରେସରେ: ବିଜନେସ ଟୁଡେ ସହ ଆଲୋଚନା କରି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଆମେ ୨୦୨୩ ମାର୍ଚ୍ଚ ପୂର୍ବରୁ କଣ୍ଟେନର ଅଫ ଇଣ୍ଡିଆ ଏବଂ ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଅଛୁ। ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୁସ୍ତାନ ଜିଙ୍କରୁ ୨୯.୫୮ ପ୍ରତିଶତ ଅଂଶ ବିକ୍ରି କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଆର୍ଥିକ ମାମଲାର ମନ୍ତ୍ରିମଣ୍ଡଳ କମିଟି ଗତ ସପ୍ତାହରେ ଏହି ବିକ୍ରିକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହାଦ୍ୱାରା ସରକାରଙ୍କ ରାଜକୋଷକୁ ୩୮,୦୦୦ କୋଟିରୁ ଅଧିକ ଆୟ ହେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ସରକାର ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ବିନିବେଶ ଜରିଆରେ ୬୫,୦୦୦ କୋଟି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କମ୍ପାନିର ବିକ୍ରିରେ ସରକାର ସହଜରେ ଏହି ଲକ୍ଷ୍ୟ ହାସଲ କରିପାରିବେ। ନିକଟରେ ବିପିସିଏଲରୁ ଅଂଶଧନ ବିକ୍ରି ପ୍ରକ୍ରିୟାକୁ ଅଧାରୁ ବନ୍ଦ କରିଥିଲେ ସରକାର। କେବଳ ଗୋଟିଏ କମ୍ପାନି ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇଥିବାରୁ ସରକାର ଏହି ନିଷ୍ପତ୍ତି ନେଇଥିଲେ।

Related posts

ବର୍ଷା ଓ ବଜ୍ରାଘାତ ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରୀ

Odisha Halchal

ଚାଲିଛି ଘମାଘୋଟ ଯୁଦ୍ଧ, ନିଜ ଦେଶ ପାଇଁ ଲଢିବାକୁ ୟୁକ୍ରେନ୍ ଫେରୁଛନ୍ତି ଅନ୍ୟ ଦେଶରେ ଥିବା ନାଗରିକ

Odisha Halchal

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌

Odisha Halchal

Leave a Comment