ଦେଶ ବିଦେଶନ୍ୟୁଜ୍

ମାରିଓପୋଲକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ଅନ୍ତିମ ଲଢେଇ ଜାରି ରଖିଛି ଋଷ

ମାରିଓପୋଲକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ଅନ୍ତିମ ଲଢେଇ ଜାରି ରଖିଛି ଋଷ

ୟୁକ୍ରେନ-ଋଷ ମଧ୍ୟରେ ସଂର୍ଘଣ ଜାରି ରହିଛି । ଧ୍ୱଂସସ୍ତୂପରେ ପରିଣତ ହୋଇଗଲାଣି ୟୁକ୍ରେନର ଅନେକ ସହର । ସେଥିରେ ରହିଛି ମାରିଓପୋଲ ସହର । ଏହି ସହରକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ରୁଷ ନିଜର ଅନ୍ତିମ ଲଢେଇ ଜାରି ରଖିଛି ।

ମାରିଓପୋଲର ପ୍ରଶାସନ ଅନୁସାରେ, ଷ୍ଟିପ୍ପାଣ୍ଟର ଭୂତଳ ବଙ୍କରରେ ସେନାଙ୍କ ସହ ପ୍ରାୟ ୨୦୦ ସାଧାରଣ ନାଗରିକ ଲୁଚି ରହିଛନ୍ତି । ମିଳିତ ଜାତିସଂଘର ହସ୍ତକ୍ଷେପ ସତ୍ତ୍ୱେ ୟୁକ୍ରେନରେ ଫସି ରହିଥିବା ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିନାହିଁ ।

ତେବେ ମାରିଓପୋଲ ରଣନୈତିକ ଦୃଷ୍ଟିରୁ ରୁଷିଆ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ସହରକୁ ସମ୍ପୂର୍ଣ୍ଣ କବଜା କରିବାକୁ ରୁଷ ସେନା ସଂଘର୍ଷ ଜାରି ରଖିଛନ୍ତି । ଅନ୍ୟପଟେ ଦୀର୍ଘ ଦିନର ସଂଘର୍ଷ ପରେ ବି ରୁଷ ୟୁକ୍ରେନର ରାଜଧାନୀ କିଭକୁ ନିଜ ଅକ୍ତିଆରକୁ ଆମି ପାରୁନାହିଁ ।

Related posts

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ! ଥାନାରେ ଅଭିଯୋଗ କଲେ ଝିଅର ମାଆ

Odisha Halchal

ଆବାସିକ ବିଦ୍ୟାଳୟରେ ବହୁତ ଅନିୟମିତତା

Odisha Halchal

ଦୁର୍ନୀତି ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

Odisha Halchal

Leave a Comment