ଅପରାଧଓଡ଼ିଶା ଖବରନ୍ୟୁଜ୍

ମାନସ ସ୍ୱାଇଁ ହତ୍ୟା ମାମଲା: ଭୁବନେଶ୍ୱରର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ର ଟିମ୍

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ଅପହରଣ ସ୍ପଟ୍ ପରେ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ମର୍ଡର ସ୍ପଟ୍ । ରବିବାର ଦୟାଲ ଆଶ୍ରମରେ ଛାନଭିନ୍ କରିବ ତଦନ୍ତକାରୀ ଟିମ୍ ।

ଖବର ଅନୁଯାୟୀ, ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛନ୍ତି। କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା । ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତ୍ୟାକାରୀ । ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ୍ କରିବ ତଦନ୍ତକାରୀ ଟିମ୍ । ମାନସ ମୃତଦେହକୁ କାର୍ ପର୍ଯ୍ୟନ୍ତ କେମିତି ନେଇଥିଲେ ଶର୍ମିଷ୍ଠା ଏବଂ କୋ । ସେଠାରୁ କେଉଁ ରାସ୍ତା ଦେଇ ରଣପୁର ଜଙ୍ଗଲ ନେଇଥିଲେ ଏବଂ ପୋତିଥିଲେ ତାର ମଧ୍ୟ ଥ୍ରିଡି ଫୋରେନସିକ୍ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ । ନିଜେ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ସ୍ପଟ ଭିଜିଟ୍ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଶର୍ମିଷ୍ଠାକୁ ଖୋଜିବାକୁ ରାଜ୍ୟ ବାହାରେ ଡେରା ପକାଇଛି ପୋଲିସ ଟିମ୍ । କେବଳ ଶର୍ମିଷ୍ଠା ନୁହଁନ୍ତି ଝୁନା ଭୋଇର ମଧ୍ୟ ପତ୍ତା ପାଉନି ପୋଲିସ । ଶର୍ମିଷ୍ଠା ଧରାପଡିବା ପରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ବୋଲି ସୂଚନା ମିଳିଛି ।

Related posts

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Odisha Halchal

୧୦ ଦିନ ଭିତରେ ରୁଷିଆର ୧୦ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି: ୟୁକ୍ରେନ୍‌

Odisha Halchal

ପ୍ରେମିକକୁ ଲୁଟି ଉଲଗ୍ନ କରି ଛାଡ଼ିଦେଲା ପ୍ରେମିକା

Odisha Halchal

Leave a Comment