ଅପରାଧଓଡ଼ିଶା ଖବରନ୍ୟୁଜ୍

ମାନସ ସ୍ୱାଇଁ ହତ୍ୟା ମାମଲା : ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି

ମାନସ ସ୍ୱାଇଁ ହତ୍ୟା ମାମଲା ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣାର ଖିଅ ଆହୁରି ଜଟିଳ ହେବାର ଲାଗିଛି । ମୁଖ୍ୟ ସନ୍ଦିଗ୍ଧ କୁହାଯାଉଥିବା ସଂପୂର୍ଣ୍ଣା ମାଲିକାଣୀ ଶର୍ମିଷ୍ଠାଙ୍କ ଖୋଜ ଖବର ମିଳିନି । ତେବେ ତାଙ୍କର ହାଇପ୍ରୋଫାଇଲ୍‌ ଲିଙ୍କ ନେଇ ଚର୍ଚ୍ଚା ବଢୁଛି । କିଛି ରାଜନେତାଙ୍କ ତାଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଘୁରୁଛି । ଆଉ ଏକ ବଡ଼ ସୁରାକ ହେଲା , ମାମଲାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି ସନ୍ଦେହ । ସଂପୃକ୍ତ ମହିଳାଙ୍କ ସଂପୃକ୍ତି ନେଇ କିଛି ଠୋସ୍‌ ସୂଚନା ମିଳିଛି । ସମ୍ପୃକ୍ତ ମହିଳା ଜଣଙ୍କ ଏୟାରଫିଲଡ଼ ଥାନା ବିରିବନ୍ଧରେ ରହୁଥିଲେ । ତାଙ୍କ ନାମ ଝୁନା ବୋଲି କୁହାଯାଉଛି । ଘଟଣା ପରଠାରୁ ତାଙ୍କର ପତ୍ତାନାହିଁ । ସେ ମୁଖ୍ୟ ସନ୍ଦିଗ୍ଧ କୁହାଯାଉଥିବା ଶର୍ମିଷ୍ଠାଙ୍କ ସହ ସ୍କୁଟିରେ କେଉଁଆଡ଼େ ଚାଲିଯାଇଥିବା କୁହାଯାଉଛି । ଘରୁ ଯିବା ପରେ ସେ ପରିବାର ଲୋକଙ୍କୁ ଫୋନ କରି ୫ ଦିନ ବାହାରେ ରହିବେ ବୋଲି କହିଥିଲେ ।

ପୋଲିସ ଏହି ସବୁ ସୂଚନା ଭିତରେ ତଦନ୍ତ କରୁଥିବା ଜଣାଯାଇଛି । ମୁଖ୍ୟ ସନ୍ଦିଗ୍ଧଙ୍କ ପାଖରେ ପହଞ୍ଚିଗଲେ, ମାନସ ହତ୍ୟା କାରଣ ଜଣାପଡିବ । ସେହି ବିବାଦୀୟ ଚିପ୍‌ରେ କାହା ଫଟୋ ଓ ଅଶ୍ଲୀଳ ଭିଡିଓ ଥିଲା ? ଏହି ଫଟୋ ଓ ଭିଡିଓ ପାଇଁ ମାନସ ବ୍ଲାକ ମେଲିଂ କରୁଥିଲେ କି ? ମୁଖା ଖୋଲିଯିବା ଭୟରେ ମାନସଙ୍କୁ ହତ୍ୟା କରାଯାଇଛି କି ? ଏହି ହତ୍ୟା ଷଡଯନ୍ତ୍ରରେ ଆଉ କିଏ ପ୍ରଭାବଶାଳୀ ଅଛନ୍ତି କି ? ଶର୍ମିଷ୍ଠା ଆଉ ଝୁନା ଏବେ କେଉଁଠି ? ଏସବୁ ଅନେକ ପ୍ରଶ୍ନ ସହ ପୋଲିସର ତଦନ୍ତ କେଉଁ ରାସ୍ତାରେ ଯାଉଛି ତାହାବି ଏକ ପ୍ରଶ୍ନ । ସବୁ ପରେ ବି ଏହା ଜରୁରି ଯେ, ହତ୍ୟାକାରୀଙ୍କୁ ଧରି ମାନସର ପରିବାରକୁ ନ୍ୟାୟ ଦିଆଯିବା ଦରକାର । ଅସହାୟ ପରିବାର ରୋଜଗାରିଆ ପୁଅକୁ ହରାଇ ସମ୍ମୁଖୀନ ହୋଇଥିବା କ୍ଷତିର ଭରଣା କରାଯିବା ବି ଦରକାର ।

Related posts

ଦୁଇ ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ପୋଲିସ

Odisha Halchal

ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

Odisha Halchal

ଦୀପିକାଙ୍କୁ ଓସ୍କାର ଆୱାର୍ଡ, ମେଣ୍ଟାଲ୍‌ ହେଲ୍‌ଥ୍‌ ସଚେତନତା ପାଇଁ ହେଲେ ପୁରସ୍କୃତ

Odisha Halchal

Leave a Comment