କଳାହାଣ୍ଡି :ନର୍ଲାବ୍ଲକ ପ୍ରସାଶନ ପକ୍ଷରୁ ମାକ୍ସ ନ ପିନ୍ଧିଲେ କଡ଼ାକକର୍ଯ୍ୟାନୁଷ୍ଠାନ ପାଇଁ ପ୍ରସାଶନ ତତ୍ପର ହୋଇଥିବା ଦେଖିବାକୁ ମିଳିଛି |
ବର୍ତମାନ ଭାରତ ସମେତ ସାରା ବିଶ୍ୱକୁ କରନାର ଭୟର ଆତଙ୍କ ମାଡିଚାଲିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚାରିମାସ ଧରି ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ମାନ ହାତକୁ ନିଆ ଯାଉଛି |
ତା ମଧ୍ୟରୁ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷ୍ୟା କରିବା ଆଦି ଅନ୍ୟତମ କିନ୍ତୁ କିଛି ଅମାନିଆ ଅସାମାଜିକ ବ୍ୟକ୍ତି ସରକାରୀ କଟକଣାକୁ ବେଖାତିରିକରି ଖୋଲାଖୋଲି ଭାବେ ବୁଲିବାଫଳରେ ନିଜର କ୍ଷତି କରିବାସହ ସମାଜର ବହୁ କ୍ଷତି କରିଥାନ୍ତି |
ଏଣୁ ବର୍ତମାନ ନୂତନ ଭାବରେ ତିନିମାସ ହେବ କାର୍ଯ୍ୟ ରେ ଯୋଗଦେଇଥିବା ନର୍ଲା ତହସିଲଦାର ଶ୍ରୀଯୁକ୍ତ ମାନସ ରଞ୍ଜନ ତ୍ରିପାଠୀ karona ସମ୍ପର୍କିତ ସମସ୍ତ ନୀତିନିୟମ କୁ ସ୍ଥାନୀୟ ପୋଲିସ ପ୍ରସାଶନ ସହାୟତାରେ କଡାକଡି ପାଲନ କରିବାପାଇଁ ଘନଘନ ବ୍ଲକର ବିଭିନ୍ନ ଦୋକାନ ବଜାର ଜନଗହଳି ପୂର୍ଣ ଛକ ହାଟ ମାନଙ୍କରେ ଅଚାନକ ପହଞ୍ଚି ଅମାନିଆ ମାନଙ୍କୁ ଧରି ଅର୍ଥଦଣ୍ଡରେ ଦଣ୍ଡିତ କରିବା ସହ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷ୍ୟକରି ଘରେସୁରଖିତ ରହିବାପାଇଁ ପରାମର୍ଶ ଦେଇଛନ୍ତି |
ଅପର ପକ୍ଷରେ ତହସିଲଦାରଙ୍କ ଦିନରାତି ଏଭଳି ନିରପେକ୍ଷ ନିଃସ୍ୱାର୍ଥପର କର୍ତବ୍ୟନିଷ୍ଠ ପାଇଁ ନର୍ଲା ଅଞ୍ଚଲରେ ପ୍ରସଂସା ପତ୍ର ପାଲଟିଛନ୍ତି | ଶ୍ରୀ ତ୍ରିପାଠୀ ଏବଂ ତାଙ୍କ କାର୍ଯ୍ୟଶୈଳୀ ବ୍ୟବହାର କୁ ବିଭିନ୍ନ ମହଲରୁ ସ୍ୱାଗତ କରିଛନ୍ତି