ଅପରାଧଓଡ଼ିଶା ଖବରନ୍ୟୁଜ୍

ମହଙ୍ଗା ପଡିଲା ପୋଲିସକୁ ଗାଁ ଲୋକଙ୍କ ଆକ୍ରମଣ

ମହଙ୍ଗା ପଡିଲା ପୋଲିସକୁ ଗାଁ ଲୋକଙ୍କ ଆକ୍ରମଣ

ମହଙ୍ଗା ପଡିଲା ପୋଲିସକୁ ଗାଁ ଲୋକଙ୍କ ଆକ୍ରମଣ କରିବା । ତେବେ ଏହି ଆକ୍ରମଣ ଘଟଣାରେ ୪ ମହିଳାଙ୍କ ସମେତ ୧୩ ଜଣଙ୍କୁ ପୋଲିସ ଗିରଫ କରିଛି । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀର ସମର୍ଥକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ବିବାଦକୁ ଏଡାଇବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଉତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରିଥିଲା ।

ଲୋକଙ୍କ ଆକ୍ରମଣରେ ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କ ହାତ ଭାଙ୍ଗିଥିବା ବେଳେ ତିନି ମହିଳା ପୋଲିସ ଆହତ ହୋଇଥିଲେ । ଏବେ ଏହି ଘଟଣାରେ ପୋଲିସ ୧୩ ଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Related posts

ଥାନାଧିକାରୀଙ୍କ ନିର୍ଯାତନା ସହି ପାରୁ ନାହାଁନ୍ତି ଏସ୍‌ଆଇ

Odisha Halchal

ବିରଳ ପ୍ରଜାତିର ସୁନେଲି ରଙ୍ଗର କଇଁଛ ଉଦ୍ଧାର

Odisha Halchal

ଟ୍ରକକୁ ଧକ୍କା ଦେଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

Odisha Halchal

Leave a Comment