Sunday, October 2, 2022
Homeଅପରାଧମମିତା ମେହେର ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି

ମମିତା ମେହେର ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି

ଆଜି ବିଧାନସଭାରେ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନରେ ଚର୍ଚ୍ଚିତ ମମିତା ମେହେର ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଛନ୍ତି ।ଏହି ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦ ସାହୁ ଏବଂ ରାଧେ ଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ ବୋଲି ତଥ୍ୟ ଦେଇଛନ୍ତି ।

କେବଳ ଏତିକି ନୁହେଁ ଚାର୍ଜସିଟ୍ ଦାଖଲ କରାଯାଇ ସାରିଛି ଏବଂ ଏହି ଦୁଇ ଜଣଙ୍କ ଛଡ଼ା ଆଉ କେଉଁ ବ୍ୟକ୍ତିଙ୍କର ସମ୍ପୃକ୍ତି ନାହିଁ ବୋଲି ସୁଚନା ଦିଆଯାଇଛି ।ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡୀଙ୍କ ବିରୋଧରେ ଗତ ଫେବୃଆରୀ ୧୦ ତାରିଖରେ ଚାର୍ଜସିଟ୍ ଦାଖଲ ହୋଇଥିବା କଥା ମଧ୍ୟ କୁହାଯାଇଛି ।

ମାମଲାଟି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ବିଚାରାଧିନ ଅଛି । ବିଧିବଦ୍ଧ ତଦନ୍ତ ପ୍ରକ୍ରିୟା ଓ ପର‌୍ୟ୍ୟାପ୍ତ ତଥ୍ୟ ପ୍ରମାଣ ଭିତ୍ତିରେ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରାଯାଇ ଚାର୍ଜସିଟ୍ ଦାଖଲ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର