ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୋଟ୍ ଗ୍ରହଣ ସମୟରେ ଟଙ୍କା ବାଣ୍ଟିବା ଅଭିଯୋଗ, ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ

ଭୋଟ୍ ଗ୍ରହଣ ସମୟରେ ଟଙ୍କା ବାଣ୍ଟିବା ଅଭିଯୋଗ, ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ

ନିର୍ବାଚନ ପାଇଁ ଟଙ୍କା ବଣ୍ଟା ଅଭିଯୋଗ । ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ,  ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଥିଲା । ଏନେଇ ସ୍ଥାନୀୟ ଲୋକେ ଦେବବ୍ରତ ମହାନ୍ତିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୋଲିସ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ ।

ତେବେ ଯାଞ୍ଚ ବେଳେ ତାଙ୍କ ନିକଟରୁ ୨୫୬୦୦୦ ଟଙ୍କା ଜବତ ହୋଇଥିବାର ସୂଚନା ମିଳିଛି । ଏହି ଟଙ୍କା ଭୋଟ ପାଇଁ ବଣ୍ଟାଯାଉଥିବା ସୂଚନା ମିଳିଛି । ସେପଟେ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ ।

Related posts

ଲାଇସେନ୍ସ ନବୀକରଣ କରିବାକୁ ଆସିଥିଲେ, ମନା କରିବାରୁ ନିସ୍ତୁକ ମାଡ ମାରିଲେ ୨ ଭାଇ

Odisha Halchal

ସେବା ଭାରତୀ ତରଫରୁ ଅଗ୍ନିବିପର୍ଣ୍ଣ ଙ୍କୁ ସହାୟତା

Odisha Halchal

ଥାନାରେ ନା ହୋଇଛି ଆଇଆଇସି ନିଯୁକ୍ତି ନା ଥାନାକୁ ମିଳିଛି ଭ୍ୟାନ

Odisha Halchal

Leave a Comment