ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୋଗରାଇ ଜଗନ୍ନାଥ ମନ୍ଦିରରୁ ଲୁଟ୍‌, ତାଲା ଭାଙ୍ଗି ଲୁଟି ନେଲେ ସୁନାଗହଣା-ହୁଣ୍ଡି

ଭୋଗରାଇ ଜଗନ୍ନାଥ ମନ୍ଦିରରୁ ଲୁଟ୍‌

ଜଗନ୍ନାଥ ମନ୍ଦିରରୁ ଚୋରି। ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହିତ ଦାନ ହୁଣ୍ଡି, ବସ୍ତ୍ର, ମୁକୁଟ । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ରସିଦପୁର କୃପାକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି । ପୂଜକ ସକାଳ ଆରତୀ ପାଇଁ ମନ୍ଦିର ଆସିଥିବା ବେଳେ ସମସ୍ତ କବାଟ ଖୋଲା ପଡିଥିବା ଦେଖିଥିଲେ । ସେ ମନ୍ଦିର ଭିତରେ ପ୍ରବେଶ କରି ଦେଖିଲା ବେଳକୁ ୩ ଠାକୁର ପିନ୍ଧିଥିବା ସମସ୍ତ ସୁନା ରୁପା ଗହଣା ସହିତ ୨ଟି ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଲୁଟେରା।
ତେବେ ମନ୍ଦିରରୁ ଲୁଟ୍‌ ହୋଇଥିବା ନେଇ ପୂଜକ ପୋଲିସକୁ ସୂଚନା ଦେଇଥିଲେ ।

ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Related posts

ଜମିବାଡ଼ିକୁ କେନ୍ଦ୍ର କରି ଆକ୍ରମଣ, ସାନଭାଇର ଛୁରାମାଡ଼ରେ ବଡ଼ଭାଇ ମୃତ

Odisha Halchal

ଆବର୍ଜନାମୟ ବସଷ୍ଟାଣ୍ଡ ମହିଳା ପରିଶ୍ରାଗାରର ଦୟନୀୟ ଅବସ୍ଥା

Odisha Halchal

ଜର୍ମାନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ଆଜିର ଭାରତ ସଂକଳ୍ପ ନେଇ ଆଗକୁ ଅଗ୍ରସର ହେଉଛି

Odisha Halchal

Leave a Comment