ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୁବନେଶ୍ବର ରେଲୱେ ଷ୍ଟେସନରୁ ଚୋରି ଅଭିଯୋଗ : ୩ ଆନ୍ତରାଜ୍ୟ ଲୁଟେରା ଗିରଫ

ଭୁବନେଶ୍ବର ରେଲୱେ ଷ୍ଟେସନରୁ ଚୋରି ଅଭିଯୋଗ ୩ ଆନ୍ତରାଜ୍ୟ ଲୁଟେରା ଗିରଫ

ଭୁବନେଶ୍ବର ରେଲୱେ ଷ୍ଟେସନରୁ ୩ ଆନ୍ତରାଜ୍ୟ ଲୁଟେରା ଗିରଫ । ୩ ଜଣକୁ ଜିଆରପିର ମିଳିତ ସହଯୋଗରେ ଗିରଫ କଲା ଆରପିଏଫ । ସେମାନଙ୍କ ନିକଟରୁ ଲାପଟପ, ବ୍ଲେଡ଼ ଓ ନଗଦ ଟଙ୍କା ଜବତ ହୋଇଛି । ୩ ଅଭିଯୁକ୍ତଙ୍କ ଘର କୋଲକତା ମାଲଦା ଅଞ୍ଚଳରେ ବୋଲି ଆରପିଏଫ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ଜଣେ ପାସେଞ୍ଜରଙ୍କର ଲାପଟପ୍ ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଟଙ୍କା ଥିବା ବ୍ୟାଗ୍ ଚୋରି ହୋଇଥିବା ନେଇ ଏସଟିଏଫ ଟିମ୍ ଖବର ପାଇଥିଲା ।

ଏହାପରେ ଏସଟିଏଫ୍ ଟିମ୍ ଜିଆରପି ଅଫିସର ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଚଢାଉ କରି ଏକ ୩ଜଣିଆ ଲୁଟେରା ଟିମ୍‌କୁ ଧରିଥିଲେ । ଏମାନେ ବିଭିନ୍ନ ରାଜ୍ୟକୁ ଯାଇ ଏଭଳି ଚୋରି କରିବାରେ ସଂପୃକ୍ତ ଥିଲେ ।

Related posts

ବାବା ସାହେବ ଆମ୍ବେଦକରଙ୍କ 131ତମ ଜନ୍ମ ଜୟନ୍ତୀ ପାଳନ

Odisha Halchal

ମାଓ ଗୁଳିରେ ୨ ଯବାନ ସହୀଦ

Odisha Halchal

ମହାବିଦ୍ୟାଳୟରେ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ

Odisha Halchal

Leave a Comment