ଦେଶ ବିଦେଶନ୍ୟୁଜ୍

ଭିନ୍ନକ୍ଷମଙ୍କ ବିମାନ ଯାତ୍ରାରେ ନିୟମ ପରିବର୍ତନ: ଡିଜିସିଏ

ଭିନ୍ନକ୍ଷମଙ୍କ ବିମାନ ଯାତ୍ରାରେ ନିୟମ ପରିବର୍ତନ ଡିଜିସିଏ

ଭିନ୍ନକ୍ଷମମାନଙ୍କ ବିମାନ ଯାତ୍ରା ଉପରେ ନିୟମ ପରିବର୍ତନ କରିବାକୁ ଡିଜିସିଏ ଏୟାର ଲାଇନ୍ସକୁ ପ୍ରସ୍ତାବ ଦେଇଛି । ଭିନ୍ନକ୍ଷମମାନଙ୍କ ପରିବହନ କିମ୍ବା ଗତିଚାଳନା ହ୍ରାସ ନେଇ ବେସାମରିକ ଚଳାଚଳ ଆବଶ୍ୟକତା ସଂଶୋଧନ ଉପରେ ଡିଜିସିଏ ଶୁକ୍ରବାର ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛି ।

ଏହାର ସଂଶୋଧନରେ କୁହାଯାଇଛି ଯେ, ଯଦି ବିମାନରେ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ବୋଲି ଅନୁଭବ କରାଯାଏ, ତେବେ ଉକ୍ତ ଯାତ୍ରୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ । ଯିଏ ଡାକ୍ତରମାଇନାରୁ ନିର୍ଦ୍ଦିଷ୍ଟ ଭାବରେ ଜଣାଇବେ ଏବଂ ଯାତ୍ରୀ ଉଡିବା ପାଇଁ ଫିଟ କି ନୁହେଁ ।

ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଏୟାରଲାଇନ୍ସ ଏକ ବିଶେଷ ଆବଶ୍ୟକତା ଥିବା ଯାତ୍ରୀଙ୍କୁ ଯିବାକୁ ମନା କରିଦେଇଥିଲା । କାରଣ ସେ ଆତଙ୍କିତ ଥିବା ଏବଂ ତାଙ୍କ ସୁରକ୍ଷା ଉପରେ ବିପଦ ଥିବା ବିବେଚନା କରାଯାଇଥିଲା । ଏ ନେଇ ସୋସିଆଲ ମିଡିଆରେ ଉତେଜନା ପ୍ରକାଶ ପାଇବା ପରେ ଇଣ୍ଡିଗୋଠାରୁ ଡିଜିସିଏ ୫ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରିଥିଲା ।

Related posts

ସାଇବର ଠକଙ୍କ ହାତରେ ସଙ୍ଖି କଣ୍ଢେଇ ଭିଭିଆଇପି

Odisha Halchal

ମାଓବାଦୀଙ୍କ ବଡ଼ ଧରଣର ଷଡ଼ଯନ୍ତ୍ର ପଣ୍ଡ

Odisha Halchal

ଜାତୀୟ ରାଜପଥରେ ଚୋରା ତେଲ ବେପାର

Odisha Halchal

Leave a Comment