ଅପରାଧଓଡ଼ିଶା ଖବରନ୍ୟୁଜ୍

ଭିଜିଲାନ୍ସ ପଞ୍ଝାରେ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ତାଙ୍କ ଘରେ ଭିଜିଲାନ୍ସ ରେଡ କରୁଛି । ନିର୍ବାହୀ ଯନ୍ତ୍ରୀ ଜଣକ ହେଉଛନ୍ତି ଜଗନ୍ନାଥ ସେଠୀ । ତାଙ୍କ ଘରୁ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇସାରିଲାଣି ।

ବ୍ରହ୍ମପୁର ଘରୁ ଭିଜିଲାନ୍ସ ଟଙ୍କା ଜବତ କରିଛି । ସେହିପରି ବ୍ରହ୍ମପୁର, ଛତ୍ରପୁର ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି । ବ୍ରହ୍ମପୁର ଗଜପତି ନଗର ଅଷ୍ଟମ ଲେନରେ ଥିବା ୪ ମହଲା ବିଲ୍ଡିଂ, ଗଜପତିନଗର ୧୧ ଲେନରେ ଥିବା ପାଞ୍ଚ ମହଲା କୋଠା, ଭୁବନେଶ୍ୱର ଏମ୍ସ ନଗର ତୃତୀୟ ଲେନ ସ୍ଥିତ ୪ ମହଲା କୋଠା ସହିତ ଛତ୍ରପୁର ସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି ।

ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟନ୍ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇସାରିଲାଣି ଏବଂ ଆଉ କେତେ ପରିମାଣର ସମ୍ପତ୍ତି ଜବତ ହେବ ତାହା ଚଢାଉ ପରେ ଜଣାପଡିବ ।

Related posts

ଅନିୟମିତତା ଓ ଦୁର୍ନୀତି ବିରୋଧରେ କଣ୍ଟାମାଳ ବ୍ଲକ ଘେରାଓ ପାଇଁ ସଜବାଜ

Odisha Halchal

ବ୍ରହ୍ମଲୀନ ସାଧୁ ଅରବିନ୍ଦ ଦାସ ବାବା ଙ୍କ ମହାନିର୍ବାଣ ମହୋତ୍ସବ

Odisha Halchal

ଜେଲ ଗଲେ ଅତିରିକ୍ତ ଜିଲ୍ଲାପାଳ

Odisha Halchal

Leave a Comment