ଓଡ଼ିଶା ଖବରନ୍ୟୁଜ୍

ଭାରସ୍ୟାମ୍ୟ ହରାଇ ପୋଖରୀକୁ ଖସିଲା ବାଇକ

ଭାରସ୍ୟାମ୍ୟ ହରାଇ ପୋଖରୀକୁ ଖସିଲା ବାଇକ

ନବରଙ୍ଗପୁର:-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ)ରାଇଘର ବ୍ଲକ ଅନ୍ତର୍ଗତ ନାକଟିସିମୋଡା ପଂଚାୟତର ଭୀମାଭାଟା ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସି ଯିବା ଫଳରେ ସେଥିରେ ଯାଉଥିବା ଦୁଇଜଣ ଯୁବକ ପୋଖରୀରେ ବୁଡି ମୃତ୍ୟୁ ବରଣ ଘଟିଥିବା ଜଣାପଡ଼ିଛି l

ମୃତ ଯୁବକ ଦୁହେଁ ହେଲେ ଜୋଡିଙ୍ଗା ପଞ୍ଚାୟତର ବରଗାଁ ର ରାଜେଶ ଗଣ୍ଡ (୨୧) ଓ ମରୁଆଡ଼ିହି ଗ୍ରାମର ବିଜୟ ଗଣ୍ଡ (୨୪)ବୋଲି ଜଣାପଡିଛି | ସୂଚନା ଅନୁଯାୟୀ ଗତ କାଲି ରାତିରେ ରାଜେଶ ଗଣ୍ଡ ଓ ବିଜୟ ଗଣ୍ଡ ଏକ ବାଇକ ଯୋଗେ ନାକଟିସିମୋଡା ପଂଚାୟତର ଗରଞ୍ଜି ଗ୍ରାମରୁ ଘରକୁ ଫେରୁଥିଲେ l ଏହି ସମୟରେ ମରୁଆଡ଼ିହି ଗ୍ରାମର ଏକ ପୋଖରୀ ହିଡ଼ ରାସ୍ତା ଦେଇ ବାଇକ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ l

ଫଳରେ ରାଜେଶ ଓ ବିଜୟ ଦୁହେଁ ପୋଖରୀ ଭିତରେ ବୁଡ଼ି ଯାଇ ଆଉ ବାହାରକୁ ବାହାରି ପାରିନଥିଲେ l ରାତି ଅଧରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସେମାନଙ୍କୁ କେହି ମଧ୍ୟ ଉଦ୍ଧାର କରି ପାରିନଥିଲେ l ଆଜି ସକାଳୁ ସେଠାକାର କିଛି ଗ୍ରାମବାସୀ ସେହି ରାସ୍ତା ଦେଇ ଯିବା ସମୟରେ ପୋଖରୀ କୂଳରେ ବାଇକଟି ସହିତ କିଛି ବ୍ୟବହୃତ ଜିନିଷ ପଡ଼ି ରହିଥିବା ଦେଖି ପୋଖରୀରେ ନିଶ୍ଚୟ ବାଇକରେ ଯାଉଥିବା ବ୍ୟକ୍ତି ବୁଡ଼ି ଯାଇଥିବା ସନ୍ଦେହ କରିଥିଲେ l

ଏହା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହିତ ରାଇଘର ପୋଲିସକୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ପୁଲିସର ଉପସ୍ଥିତିରେ ଗ୍ରାମବାସୀଙ୍କ ମଧ୍ୟରୁ କିଛି ଲୋକ ପୋଖରୀରୁ ଦୁଇ ଜଣଙ୍କ ଶବ ଉଦ୍ଧାର କରିଥିଲେ l ପୁଲିସ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ରାଇଘର ଥାନାରେ ୪୦/ ୨୨ ରେ ଏକ ମାମଲା ଋଜ୍ଜୁ କରି ତଦନ୍ତ ଚଲାଇଛି l ଏହି ଦୁର୍ଘଟଣା ପରେ ସେ ଅଂଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି l

Related posts

କଂଗ୍ରେସ ର ସମାବେଶ, ରାଜନେତାଙ୍କ ଟଙ୍କା ଦେଇ ଲୋକ ଜମା କରିବା ପୁରୁଣା ଅଭ୍ୟାସ।

Odisha Halchal

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ କାକୁଡି ଜୁସ୍‌

Odisha Halchal

ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

Odisha Halchal

Leave a Comment